ASO ପରୀକ୍ଷାରେ ତ୍ରୁଟି ନାହିଁ, ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯିବ- OPSC ଅଧ୍ୟକ୍ଷ

କଟକ ୨୨।୧୧ : ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯିବ । ପ୍ରେସ୍‌ମିଟ୍‌ କରି ସ୍ପଷ୍ଟୀକରଣ ରଖିଲେ ଓପିଏସ୍‌ସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୭୯୦ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ସ୍କିଲ୍‌ ଟେଷ୍ଟ ପାଇଁ ୧୨ ଶହ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ ।ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ । ୪୩୩ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ନଭେମ୍ବର ସୁଦ୍ଧା ୧୫୪୫ ପ୍ରାର୍ଥୀ ଚୟନ ହୋଇଛନ୍ତି । ୨୫୫୦ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଚାଲିଛି । ଓଡିଶା ସିଭିଲ୍‌ ସର୍ଭିସ ପାଇଁ ୩୯୨ ଜଣ, ଆସିଷ୍ଟାଣ୍ଟ ପ୍ରଫେସର (ଅଧ୍ୟାପକ) ପଦ ପାଇଁ ୪୪୫ ଜଣ ରହିଛନ୍ତି । ପ୍ରତ୍ୟେକ ପରୀକ୍ଷାର୍ଥୀ ଆପତ୍ତି ଅଭିଯୋଗ କରିପାରେବ । କିନ୍ତୁ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ସମସ୍ତ ପରୀକ୍ଷା ଏବଂ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁଛି ।  

Leave A Reply

Your email address will not be published.