ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା

ପୁରୀ ୨୨।୧୧ : ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା । ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍‌ରୁ ଗୋଟିଏ ବିମ୍ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ସାରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯିବ ତାହାର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଗଜପତି ମହାରାଜା । ଏହି ଅବସରରେ ଗଜପତିଙ୍କ ସହ ଶ୍ରୀମନ୍ଦିର ବୈଷୟିକ ଅଧିକାରୀ, ଉନ୍ନୟନ ପ୍ରଶାସକ ପ୍ରମୁଖ ଉପସ୍ଥିତ ରହିଛନ୍ତି । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିପଦରେ ରହିଥିବା ସ୍ପଷ୍ଟ ହୋଇଥିଲା । ନାଟମଣ୍ଡପ କ୍ୟାପିଟାଲ ବିମ୍‌ରେ ଫାଟ ରହିଥିବା ସୂଚନା ଦିଆଯାଇଥିଲା । ନାଟମଣ୍ଡପର ୪ଟି କଲମରୁ ତିନୋଟି କଲମରେ ଫାଟ ଓ ବିମ୍ ରେ ମଧ୍ୟ ଫାଟ ରହିଛି। ଚଳିତବର୍ଷ ରଥଯାତ୍ରା ବେଳେ ଏହା ନଜରକୁ ଆସିଥିଲା । ଯେପରି ମହାପ୍ରଭୁଙ୍କ ନୀତିରେ ବ୍ୟାଘାତ ନଘଟେ ସେଥିପାଇଁ ଅସ୍ଥାୟୀ ଭାବରେ ଲୁହା କ୍ଲାମ୍ପ ଦିଆଯାଇ ଏହାର ମରାମତି କରାଯାଇଥିଲା। ଏବେ ଏହାକୁ ଗୁରୁତର ସହ ନେଇ ଅକ୍ଟୋବର ୨୯ ତାରିଖରେ ଶ୍ରୀମନ୍ଦିର ବୈଷୟିକ କୋର କମିଟିର ଅଧ୍ୟକ୍ଷ ଏବଂ ରୁର୍କୀ ଆଇଆଇଟିର ପ୍ରଫେସର ଓ ସିବିଆରାଇ ବିଶେଷଜ୍ଞ ଏସ କେ ଭଟାଚାର୍ଯ୍ୟଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ଗୁଣ୍ଡିଚା ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.