ଏଲ୍‌ଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ

ଜାମ୍ମୁ-କାଶ୍ମୀର: ଜାମ୍ମୁକାଶ୍ମୀରରେ ବିଏସଏଫ-ଆତଙ୍କବାଦୀ ମୁହାମୁହିଁ ହୋଇଛନ୍ତି । ଭାରତୀୟ ସେନାର ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଅନ୍ୟଜଣକୁ ଗିରଫ କରିଛି ସୁରକ୍ଷାକର୍ମୀ । ଜାମ୍ମୁକାଶ୍ମୀର ଆରନିୟା ଓ ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟରେ ଆତଙ୍କବାଦୀ ଅନୁପ୍ରବେଶ ସମୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ଏଲଓସିର ପୃଥକ ପୃଥକ ସ୍ଥାନରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଆତଙ୍କୀଙ୍କ ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା । ଅରନିୟା ଓ ସାମ୍ବା ଜିଲ୍ଲାର ରାମଗଡ଼  ସେକ୍ଟରରେ ଅନୁପ୍ରବେଶ ସମୟରେ ଏନକାଉଣ୍ଟର କରିଥିଲା ବିଏସଏଫ । ଏଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟଜଣକୁ ଗିରଫ କରାଯାଇଛି । ସେପଟେ ପୂରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ । ମଙ୍ଗଳବାର ରାତି ୨ଟାରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ ପାଇଁ ସହଯୋଗ କରିଥିଲା ପାକିସ୍ତାନ ସେନା । ବିଏସଏଫର ଧ୍ୟାନ ହଟାଇବା ପାକିସ୍ତାନ ସେନା ପକ୍ଷରୁ ପ୍ରଥମେ ଫାୟାରିଂ କରାଯାଇଥିଲା । ଏହା ପରେ ମୁହଁତୋଡ ଜବାବ ଦେଇଥିଲା ସେନା । ଏକକାଉଁଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ସେପଟେ ପୂରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ ।

Leave A Reply

Your email address will not be published.