ପୁଣି କଲେଜିୟମକୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ବିଚାରପତି ପଦ ଖାଲି ପଡ଼ିବା ପ୍ରସଙ୍ଗକୁ ନେଇ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ପୁଣିଥରେ ତୀବ୍ର ହୋଇଛି। ଗୁରୁବାର ସଂସଦରେ କେନ୍ଦ୍ର ଆଇନମନ୍ତ୍ରୀ କରିଣ ରିଜିଜୁ ଏହି ପ୍ରସଙ୍ଗରେ ମତ ରଖିବା ବେଳେ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଛନ୍ତି। ଏଥିସହ ନୂଆ ବ୍ୟବସ୍ଥା ନ ଆସିବା ଯାଏ ବିଚାରପତି ପଦ ସେମିତି ଖାଲି ପଡ଼ି ରହୁଥିବ ବୋଲି କହିଛନ୍ତି।ବିଚାର ପାଇଁ ପଡ଼ି ରହିଥିବା କୋଟିକୋଟି ମାମଲା ସମ୍ପର୍କିତ ଗୋଟିଏ ପ୍ରଶ୍ନର ଉତ୍ତର ରାଜ୍ୟସଭାରେ ଆଇନ ମନ୍ତ୍ରୀ ରିଜିଜୁ ଦେଇଛନ୍ତି। ସେ କହିଛନ୍ତି, ଦେଶରେ କୋଟି କୋଟି ମାମଲା ପଡ଼ି ରହିଛି। ହେଲେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସରକାରଙ୍କ ବହୁତ ସୀମତି ଭୂମିକା ରହିଛି। ବିଚାରପତି ନିଯୁକ୍ତି କାମ କଲେଜିୟମ ବ୍ୟବସ୍ଥା ଦ୍ୱାରା କରାଯାଉଛି ବୋଲି ସେ କହିଛନ୍ତି। ସେ ଏପରି ମତ ରଖିବା ବେଳେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ। ଏହି ସମୟରେ କରିଣ ରିଜିଜୁ କହିଛନ୍ତି, “ସମଗ୍ର ଦେଶରେ ୫ କୋଟିରୁ ଅଧିକ ମାମଲା ବିଚାର ପାଇଁ ପଡ଼ି ରହିବା ଅତ୍ୟନ୍ତ ଚିନ୍ତାର ବିଷୟ। ବିଚାରପତି ପଦ ଖାଲି ରହିଥିବାରୁ ଏତେ ସଂଖ୍ୟକ ମାମଲା ପଡ଼ି ରହିଛି। ଆମେ ସଂସଦର ମୂଳଭାବନା ଓ ଲୋକଙ୍କ ଭାବନ ଅନୁଯାୟୀ ଆଦୌ କାମ କରୁନାହୁଁ।

Leave A Reply

Your email address will not be published.