ଯୁବକଙ୍କୁ ଲୁହାରଡ଼ରେ ପିଟି ହତ୍ୟା

ଅନୁଗୋଳ : ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ବଚସା ହେବାରୁ ଯୁବକଙ୍କୁ ଲୁହାରଡ଼ରେ ପିଟି ହତ୍ୟା କଲେ ବାପ ଓ ତାଙ୍କ ଦୁଇ ପୁଅ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ।  ମୃତ ଯୁବକ ଜଣଙ୍କ ହେଲେ ସୁଭାଶିଷ ମହାପାତ୍ର। ପୁଲିସ ବାପା ସୁବାଷ ଦୋରା ଓ ତାଙ୍କର ଗୋଟିଏ ପୁଅକୁ ଅଟକ ରଖିଛି। ଆଉ ଜଣେ ପୁଅ ଘଟଣା ପରେ ଫେରାର ହୋଇଯାଇଛି।

gpkandhamal

ମିଳିଥିବା ସୂଚନା ଅନୁସାରେ, ସୁବାଷ ଦୋରାଙ୍କ ଫାଷ୍ଟଫୁଡ ଦୋକାନ ରହିଛି। ଗତକାଲି ସନ୍ଧ୍ୟାରେ ସୁଭାଶିଷ ଏହି ଦୋକାନକୁ ଫାଷ୍ଟଫୁଡ ଖାଇବାକୁ ଯାଇଥିଲେ। ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ସୁଭାଶିଷଙ୍କର ସୁବାଷ ଓ ତାଙ୍କ ପୁଅ ସହ ବଚସା ହୋଇଥିଲା। ଏହି କଥାକୁ ନେଇ ରାତି ପ୍ରାୟ ୧୦ଟା ସମୟରେ ପୁରୁଣାଗଡ଼ ଛକରେ ସୁବାଷ ଓ ତାଙ୍କ ପୁଅ ସୁଭାଶିଷଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ।

Umasankar Adv
Leave A Reply

Your email address will not be published.