ପଂଜଶୀରର ଲଢ଼େଇରେ ଫହୀମ ଦସ୍ତିର ମୃତ୍ୟୁ, ତାଲିବାନ ସପକ୍ଷରେ ଓହ୍ଲାଇଲା ପାକିସ୍ତାନ

କାବୁଲ, ସେପ୍ଟେମ୍ବର ୦୬ : ଆଫଗାନିସ୍ତାକୁ ନିଜର ନିୟନ୍ତ୍ରଣରେ ଆଣିବା ପରେ ତାଲିବାନ ଆଗାମୀ ସରକାର ଗଢ଼ିବାକୁ ଯୋଜନା କରୁଛି । ପଂଜଶୀର ରାଜ୍ୟକୁ ଛାଡ଼ି ତାଲିବାନ ପୂରା ଆଫଗାନିସ୍ତାନକୁ ଜବରଦଖଲ କରିସାରିଛି । ପଂଜଶୀର ଲଢ଼ୁଆ ଏବଂ ବିରୋଧୀ ସମୂହ ରେସିଷ୍ଟାଣ୍ଟ ଫ୍ରଣ୍ଟ ମଧ୍ୟ ଲଢ଼େଇ ଜାରି ରହିଛି । ଘାଟୀରେ ତାଲିବାନର ନେତୃତ୍ୱ ନେଇଥିବା ଅହମଦ ମସୂଦଙ୍କୁ ବଡ଼ ଝଟକା ଲାଗିଛି । ମସୂଦର ସହଯୋଗୀ ଏବଂ ରେସିଷ୍ଟାଣ୍ଟ ଫ୍ରଣ୍ଟର ମୁଖପାତ୍ର ଫହୀମ ଦସ୍ତୀର ପଂଜଶୀର ଘାଟୀରେ ମୃତ୍ୟୁ ହୋଇଛି ।   

gpkandhamal

ଆଫଗାନିସ୍ତାନର ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଦସ୍ତୀର ମୃତ୍ୟୁ ହୋଇଛି । ଘାଟୀରେ ଲଢ଼େଇ ଜାରି ଥିବା ବେଳେ ଦସ୍ତୀର ରବିବାର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ନ୍ୟାଶନାଲ ରେସିଷ୍ଟାଣ୍ଟ ଫ୍ରଣ୍ଟ ଅଫ ଆଫଗାନିସ୍ତାନର ଫେସବୁକ ପେଜରେ ଦସ୍ତୀର ମୃତ୍ୟୁ ନେଇ ସୂଚନା ଦିଆଯାଇଛି । ଫେସବୁକ ପେଜ ଲେଖିଛି ଯେ, ଆଜି ଆମେ ଦୁଇ ସ୍ନେହର ଭାଇ, ସାଥି ଏବଂ ଯୋଦ୍ଧାଙ୍କୁ ହରାଇଛୁ । ଅନ୍ୟପଟରେ ପଂଜଶୀର ଘାଟୀକୁ ଦଖଲ କରିବା ପାଇଁ ତାଲିବାନ ଯଥା ସମ୍ଭବ ଉଦ୍ୟମ କରୁଥିବା ବେଳେ ଏବେ ପାକିସ୍ତାନ ସହଯୋଗର ହାତ ବଢ଼ାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନୀ ଏୟରଫୋର୍ସ ପଂଜଶୀରରେ ଡ୍ରୋନ ଆକ୍ରମଣ କରିଛି । ଆଫଗାନିସ୍ତାନର ସାମଙ୍ଗନ ରାଜ୍ୟରୁ ପୂର୍ବତନ ସାଂସଦ ଜିୟା ଅରିୟନଜାଦୋ ଏହା କହିଛନ୍ତି । 

Umasankar Adv
Leave A Reply

Your email address will not be published.