ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି । ଏହି ବିଭାଗଗୁଡ଼ିକ ଅତିରିକ୍ତ ଦାୟିତ୍ୱରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସୂଚନା ଦେଇଛନ୍ତି।

gpkandhamal

ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି, ମାତ୍ର ଅନ୍ୟ ବିଭାଗର ସଚିବମାନେ ଏହି ଦାୟିତ୍ୱରେ ଅଛନ୍ତି। ୫ବର୍ଷରୁ ଅଧିକ ସମୟ ଧରି ୨ଜଣ ସଚିବ ୩ଟି ବିଭାଗର ଦାୟିତ୍ୱରେ ରହିଛନ୍ତି। ବିଜୟ ଅରୋରା ଏବେ ସରକାରୀ ଉଦ୍ୟୋଗ ବିଭାଗ ଏବଂ ଜି ମାଥିଭାଥାନନ୍ ସଂସଦୀୟ ବ୍ୟାପାର ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱରେ ରହିଛନ୍ତି । ପ୍ରଶାସନିକ ଆବଶ୍ୟକତା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ସଚିବଙ୍କୁ ବଦଳି କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି।

Umasankar Adv

ଅନ୍ୟପକ୍ଷରେ ରାଜ୍ୟରେ ମୋଟ ୪୦ଟି ବିଭାଗ ମଧ୍ୟରୁ ୧୨ଟି ବିଭାଗକୁ ଅତିରିକ୍ତ ଦାୟିତ୍ୱରେ ସଚିବମାନେ ସମ୍ଭାଳୁଥିବାବେଳେ ୪ଜଣ ମୁଖ୍ୟ ସଚିବ ପାହ୍ୟାର ଅଫିସର ଏବେ ମଧ୍ୟ ବିଭାଗ ଦାୟିତ୍ୱରେ ରହିଛନ୍ତି।

Leave A Reply

Your email address will not be published.