ପ୍ରମୋଦ ଭଗତଙ୍କ ପାଇଁ ୬ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ୱର, ସେପ୍ଟେମ୍ବର ୮ : ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ୍ ଟୋକିଓ ପାରା ଅଲମ୍ପିକ୍ ରେ ପୁରୁଷ ବ୍ୟାଡମିଣ୍ଟନ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରି ପୁରା ଦେଶକୁ ଗୌରବାନିତ୍ୱ କରିଛନ୍ତି ।

gpkandhamal

ପ୍ରମୋଦଙ୍କ ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ ପୁରା ଦେଶ ଗର୍ବିତ ଥିବା ବେଳେ ଓଡ଼ିଶା ସରକାର ପ୍ରମୋଦଙ୍କ ପାଇଁ ଆଜି ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଅଧିନରେ ‘ଗ୍ରୁପ୍‌-ଏ’ ଚାକିରୀ ଦିଆଯିବ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Umasankar Adv

ପୂର୍ବ ଘୋଷଣା ଅନୂଯାଇ ଅଲମ୍ପିକ୍ ରେ ସ୍ୱର୍ଣ୍ଣ ବିଜେତାଙ୍କୁ ୬ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଏବେ ପାରା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ହାସଲ କରିବା ପରେ ପ୍ରମୋଦ ଭଗତ୍‌ଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି ।

Leave A Reply

Your email address will not be published.