ମୁମ୍ବାଇରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ : ଆଜି ପବିତ୍ର ଗଣେଶ ପୂଜା । ବିଦ୍ୟାଦାତା ଭଗବାନ ଗଣେଶଙ୍କୁ ଦେଶବ୍ୟାପୀ ପୂଜାର୍ଚ୍ଚନା କରାଯାଇଛି । ମହାରାଷ୍ଟ୍ରରେ ଆଜିଠାରୁ ଗଣେଶତ୍ସେବ ଆରମ୍ଭ ହେଉଛି । କିନ୍ତୁ କରୋନା ଭାଇରସ ମହାମାରୀର ଭୟାବହତାକୁ ଦୃଷ୍ଟିରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶରେ ଗଣେଶ ପୂଜାର ଆୟୋଜନ ହେଉଛି । ଦେଶର ଆର୍ଥିକ ରାଜଧାନୀରେ ଧୁମଧାମରେ ଗଣେଶ ପୂଜା ହେଉନାହିଁ । ଆଜିଠାରୁ ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଗଣେଶ ମହୋତ୍ସବ ହେଉଥିବା ବେଳେ ମୁମ୍ବାଇରେ ୧୪୪ ଧାରା ଲାଗୁ ହୋଇଛି । ଏହା ବ୍ୟତୀତ ଶ୍ରଦ୍ଧାଳୁଙ୍କୁ ଗଣପତିଙ୍କ ମଣ୍ଡପ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ପୂଜାପରେ ଭସାଣୀ ଶୋଭାଯାତ୍ରାର ଆୟୋଜନ ହୋଇପାରିବ ନାହିଁ । ଏହାରି ଉପରେ କଟକଣା ଲାଗୁ ହୋଇଛି । 

gpkandhamal

ଗଣେଶ ପୂଜା ପୂର୍ବରୁ ମହାରାଷ୍ଟ୍ରରେ କରୋନା ଭାଇରସର ୩ୟ ଲହର ଆଶଙ୍କା କରାଯାଉଛି । ମୁମ୍ବାଇ ମେୟର ମଧ୍ୟ ନିକଟରେ କହିଥିଲେ ଯେ, କରୋନାର ୩ୟ ଲହର ଆସିଯାଇଛି । ମେୟର କିଶୋରୀ ପେଡନେକର ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ଘରେ ଗଣେଶ ଚତୁର୍ଥୀ ପାଳନ କରନ୍ତୁ । ମୁଁ ମଧ୍ୟ ଘରେ ଗଣେଶ ପୂଜା କରିବି ବୋଲି ସେ କହିଛନ୍ତି । ମୁଁ ବାହାରକୁ ପୂଜା ପାଇଁ ଯିବି ନାହିଁ । କରୋନାର ୩ୟ ଲହର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । 

Umasankar Adv

ଏହା ପୂର୍ବରୁ ଗତ ଅଗଷ୍ଟ ମାସର ଶେଷରେ ମହାରାଷ୍ଟ୍ର ସରକାରଙ୍କୁ ପାର୍ବଣକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ । ମହାରାଷ୍ଟ୍ରର ମୁଖ୍ୟ ସଚିବଙ୍କୁ ଲେଖାଯାଇଥିବା ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଥିଲେ ଯେ, ଏହି ଆଦେଶର ଜରିଆରେ ପରାମର୍ଶ ଦିଆଯାଉଛି ଯେ, ମହାରାଷ୍ଟ୍ରରେ ଅଗାମୀ ପର୍ବପର୍ବାଣି ସମୟରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଲୋକେ ଏକାଠି ନହୁଅନ୍ତୁ ।  

Leave A Reply

Your email address will not be published.