ଖସିଲା କରୋନା ଗ୍ରାଫ୍‌, ୨୪ ଘଣ୍ଟାରେ ୭୪୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ସେପ୍ଟେମ୍ବର ୧୦ : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୫ ଓ ଲୋକାଲ କେସ ୩୧୦ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ବର୍ଷରୁ କମ ବୟସର ଶିଶୁ ୧୧୯ ଜଣ ରହିଛନ୍ତିା ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୧୦୧୫୦୮୩କୁ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । 

gpkandhamal

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୯୭, କଟକରୁ ୧୨୦, ଅନୁଗୁଳ ୧୦, ବାଲେଶ୍ୱର ୩୨, ବରଗଡ ୧୧, ଭଦ୍ରକ ୯, ଦେଓଗଡ ୬, ଢେଙ୍କାନାଳ ୯, ଗଞ୍ଜାମ ୩, ଜଗତସିଂହପୁରରୁ ୧୮, ଯାଜପୁର ୨୭, କନ୍ଧମାଳ ୩, କେନ୍ଦ୍ରାପଡା ୧୮, କେନ୍ଦୁଝର ୫, ମାଲକାନଗିରି ୧, ମୟୂରଭଞ୍ଜ ୩୨, ନବରଙ୍ଗପୁର ୪, ନୟାଗଡ ୧୧, ପୁରୀ ୧୭, ନୂଆପଡା ୨, ରାୟଗଡା ୨, ସମ୍ବଲପୁର ୧୦, ସୁନ୍ଦରଗଡ ୨୪, ସୁବର୍ଣ୍ଣପୁର ୧ ଓ ଷ୍ଟେଟ ପୁଲ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Umasankar Adv

ସୂଚନା ଆନୁସାରେ ବର୍ତ୍ତମାନ ରାଜ୍ୟରେ ମୋଟ ୧୦୧୫୦୮ ଜଣ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୯୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.