ନୂଆବର୍ଷରେ ହୋଇପାରିବନି ଜଗା ଦର୍ଶନ

 ପୁରୀ, ଡିସେମ୍ବର ୧୦: ପୁଣି ଶ୍ରୀମନ୍ଦିରରେ କରୋନା କଟକଣା । ନୂଆ ବର୍ଷରେ ହୋଇପାରିବନି ଜଗା ଦର୍ଶନ । କରୋନା ସଂକମ୍ରଣକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ଓ ୨ ତାରିଖରେ ତଥା ନୂଆବର୍ଷରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୂଯାଇ ନୂଆବର୍ଷରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । କେବଳ ନୀତି ପୂଜା ପାଇଁ ସୀମିତ ସେବାୟତଙ୍କୁ ଅନୁମତି ରହିବ । ନୂଆ ବର୍ଷରେ ସାମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଅନ୍ୟପଟେ ସାଧାରଣତଃ ଛୁଟି ଦିନରେ ଶ୍ରୀମନ୍ଦିରରେ ଅଧିକ ଭିଡ ଯମିଥାଏ ତେଣୁ ନୂଆବର୍ଷ ପରଦିନ ରବିବାର ହୋଇଥିବାରୁ ସେଦିନ ମଧ୍ୟ ଭିଡ ବଢିବାର ଆଶଙ୍କା ରହିଛି ଯାହାକୁ ଦୃଷ୍ଟିରେ ରଖି ୨ ତାରିଖରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.