୪୦୦ କୋଟି ଟଙ୍କାର ହେରୋଇନ ଜବତ

ପୁରୀ, ଡିସେମ୍ବର ୨୦ : ସୋମବାର ଦିନ ଗୁଜୁରାଟ ଉପକୂଳବର୍ତ୍ତୀ ଭାରତୀୟ ଜଳରାଶିରେ ୬ ଜଣ କ୍ରୁ ସଦସ୍ୟଙ୍କ ସହ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଏବଂ ପ୍ରାୟ ୪୦୦ କୋଟି ଟଙ୍କାର ୭୭ କିଲୋଗ୍ରାମ ହେରୋଇନ ଜବତ କରିଛନ୍ତି ତଟରକ୍ଷି ବାହିନି । ରବିବାର ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟର ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ୍) ର ମିଳିତ ଅପରେସନରେ ଏହି ହେରୋଇନ ଜବତ କରାଯାଇଛି ବୋଲି ଅଧୀକାରିମାନେ କହିଛନ୍ତି।କୋଷ୍ଟଗାର୍ଡ ଏକ ଟୁଇଟରେ ସୂଚନା ଦିଆଯାଇଛି ଯେ ରାଜ୍ୟ ଏଟିଏସ ସହ ମିଳିତ ଅପରେସନରେ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ‘ଅଲ ହୁସେନି’କୁ ଭାରତୀୟ ଜଳରେ ୬ ଜଣ କ୍ରୁ ସଦସ୍ୟଙ୍କ ସହ ଧରିଛନ୍ତି। ଅଧିକ ଅନୁସନ୍ଧାନ ପାଇଁ ଡଙ୍ଗାଟି ଗୁଜରାଟର କୁଚ୍ ଜିଲ୍ଲାର ଜାଖାଉ ଉପକୂଳକୁ ଅଣାଯାଇଥିଲା ବୋଲି ଏଥିରେ ଦର୍ଶାଯାଇଛି। ଚଳିତ ବର୍ଷ ଏପ୍ରିଲରେ କୋଷ୍ଟଗାର୍ଡ ଏବଂ ଏଟିଏସ୍ ସମାନ ଅପରେସନ କରି ଆଠ ଜଣ ପାକିସ୍ତାନୀ ନାଗରିକଙ୍କ ସହ ଏକ ଡଙ୍ଗା ଧରିଥିଲେ ଏବଂ ପ୍ରାୟ ୧୫୦ କୋଟି ଟଙ୍କା ମୂଲ୍ୟର ୩୦ କିଲୋଗ୍ରାମ ହିରୋଇନ୍ କୁଞ୍ଚର ଜାଖାଉ ଉପକୂଳବର୍ତ୍ତୀ ଅଞ୍ଚଳରୁ ଜବତ ହୋଇଥିଲା । ଗତ ମାସରେ ଗୁଜୁରାଟର ମୋର୍ବି ଜିଲ୍ଲାର ଏକ ନିର୍ମାଣାଧୀନ ଘରୁ ଏଟିଏସ୍ ପ୍ରାୟ ୬୦୦ କୋଟି ଟଙ୍କା ମୂଲ୍ୟର ହିରୋଇନ ଡ୍ରଗ୍ସ ସାମଗ୍ରୀ ଜବତ କରିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ, ଭାରତର ଏକକ ବୃହତ୍ତମ ହିରୋଇନ୍ କାରବାରରେ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ପ୍ରାୟ ୩୦୦୦ କିଲୋଗ୍ରାମ ଡ୍ରଗ୍ ଜବତ କରିଛି, ଯାହାର ଦାମ୍ ବିଶ୍ୱ ବଜାରରେ ୨୧,୦୦୦ କୋଟି ଟଙ୍କା ମୂଲ୍ୟ ବୋଲି ଜଣା ପଡିଥିଲା। 

Leave A Reply

Your email address will not be published.