ଫିଲିପ୍ପିନ୍ସ ବାତ୍ୟା: ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି

ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାତ୍ୟାରେ ଏପର୍ଯ୍ୟନ୍ତ ୨୦୮ ଜଶଙ୍କା ମୃତ୍ୟୁ ହୋଇସାରିଛି। ବିଧ୍ବସ୍ତ ଦ୍ବୀପ ‘ଫିଲିପ୍ପିନ୍‌ସ୍‌’ରେ ଏବେ ପାଣି ଓ ଖାଦ୍ୟର ଅଭାବ ଦେଖାଯାଇଛି। ଲକ୍ଷାଧିକ ଲୋକ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି।  ବାତ୍ୟାରେ ଫିଲିପ୍ପିନ୍‌ସ୍‌ ଦ୍ବୀପପୁଞ୍ଜର ଦକ୍ଷିଣ ଓ କେନ୍ଦ୍ରୀୟ ଅଞ୍ଚଳକୁ ଛାରଖାର କରି ପକାଇବାରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଜନତା ଘରଦ୍ବାର ଏବଂ ‘ବିଚ୍‌ଫ୍ରଣ୍ଟ ରିସର୍ଟ’ ଛାଡ଼ି ପଳାୟନ କରିଛନ୍ତି। ଝଡ଼ ଯୋଗୁଁ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଘରର ଛାତ ଉଡ଼ିଯାଇଛି, କଂକ୍ରିଟ୍‌ ବିଜୁଳି ଖମ୍ବ ଧରାଶାୟୀ ହୋଇଛି ଏବଂ ଗାଁଗଣ୍ଡାକୁ ବଢ଼ିପାଣି ପଶିଯାଇଛି।  ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ତଲାସ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ବହୁସଂଖ୍ୟକ ସାମରିକ, ପୁଲିସ, ତଟରକ୍ଷୀ ଏବଂ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବାତ୍ୟାରେ ବିଜୁଳି ଖମ୍ବ ଏବଂ ଗଛବୃଛ ହଟାଇବା ପାଇଁ ‘ବ୍ୟାକ୍‌ହୋଜ୍‌’ ଏବଂ ‘ଫ୍ରଣ୍ଟ୍‌-ଏଣ୍ଡ୍‌ ଲୋଡର୍ସ’ ଭଳି ଭାରୀ ଯନ୍ତ୍ର ସବୁ ପଠାଯାଉଛି। 

Leave A Reply

Your email address will not be published.