ଦେଶରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ, ଜାନୁଆରୀ ୦୭ : ବୋଲ ମାନୁନି କରୋନା । ଦେଶରେ ପୁଣି କରୋନାର ବିସ୍ଫୋରଣ ସ୍ଥିତି । ଏବେ ପୁଣି କରୋନା ସଂକ୍ରମଣ ହୁ ହୁ ହୋଇ ବଢିବା ଆରମ୍ଭ କରିଛି ।  ଏବେ ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ଟପିଛି । ଏହାରି ଭିତରେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏବେ ସୁଦ୍ଧା ଦେଶରେ ମୋଟ ୩୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩୭୧୩୬୩ ସକ୍ରିୟ ମାମଲା ରହିଛି । ୩୪୩୭୧୮୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ସେହିପରି ଦେଶରେ ୩୦୨ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଅନ୍ୟପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଲାଣି ।

Leave A Reply

Your email address will not be published.