ଭୁବନେଶ୍ୱର: ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବ ଏୟାରଫିଲ୍ଡ ଥାନା ପୋଲିସ । ନୂଆବର୍ଷ ପୂର୍ବ ଦିନ ରାତିରେ ସୁନ୍ଦରପଦାର ଏକ ପୋଖରୀ ନିକଟରେ ଭୋଜିଭାତ ହୋଇଥିଲା । ଏହି ସମୟରେ ଦୁଇ ସାହି ମଧ୍ୟରେ ଗଣ୍ଡୋଗୋଳ ଉପୁଜୁଥିଲା । ପରେ ଦୀପକ ରାଉତରାୟଙ୍କୁ ହତ୍ୟା କରାଯାଇଥିଲା । ୩ ଅଭିଯୁକ୍ତ ବିକି ମଲିଆ, ଗୁନୁ ମଲିଆ ଓ ସୁଜିତ ପଣ୍ଡା ପରବର୍ତ୍ତୀ ସମୟରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସେପଟେ ପୋଲିସର ରିମାଣ୍ଡ ଆବେଦନ ପରେ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ କୋର୍ଟ । ୭ ଦିନ ରିମାଣ୍ଡରେ ପାଇଁ କୋର୍ଟରେ ଆବେଦନ କରିଥିଲା ପୋଲିସ ୩ ଅଭିଯୁକ୍ତ କୋର୍ଟରେ କରିଥିଲେ ଆତ୍ମସମପର୍ଣ ।