କନ୍ଧମାଳ ଜ଼ିଲ୍ଲା ସାନ୍ତାଳ ଜନ ଜାତି କର୍ମଚାରୀ ସଂଗଠନ ପକ୍ଷରୁ ବନ୍ଧୁମିଳନ

ଫୁଲବାଣୀ –ଜାନୁଆରୀ ୧୦ କନ୍ଧମାଳ ଜ଼ିଲ୍ଲା ସାନ୍ତାଳ ଜନ ଜାତି କର୍ମଚାରୀ ସଂଗଠନ ପକ୍ଷରୁ ନବବର୍ଷ ଅବସରରେ ରାଇକିଆ ସ୍ଥିତ ମଣ୍ଡାସୁରକୁଟି ଠାରେ ଏକ ବନ୍ଧୁମିଳନ ର ଆୟୋଜନ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ଏସଡି ପିଓ ମହେନ୍ଦ୍ରନାଥ ମୁର୍ମୁ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପରସ୍ପର ମଧ୍ୟରେସ୍ନେହ, ସଦଭାବ, ଭାଇଚାରା ବଜାୟ ରଖିବା ଲାଗି ପରାମର୍ଶ ଦେଇଥିଲେ l ସମସ୍ତେ ଘର ଠାରୁ ପାଞ୍ଚଶହରୁ ଉର୍ଦ୍ଧ କିଲୋମିଟର ଦୂରରେ କନ୍ଧମାଳ ରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟକରୁଛେ ଏଣୁ ଆମ ସମସ୍ତଙ୍କ ମଧ୍ୟ ରେ ସୁ- ସମ୍ପର୍କରହିବା ଜରୁରୀ ଯାହାକି ଅସୁବିଧା ସମୟରେ ପରସ୍ପରକୁଆମେ କିଛି ସାହାଯ୍ୟ ସହଯୋଗ କରିପାରିବା ବୋଲି ଇଂ. ହାଁସଦା ମତ ବ୍ୟକ୍ତ କରିଥିଲେ l ନୂଆବର୍ଷ ଅବସରରେ ରବିବାର ଏକ ସହଭାଗିତା ଭୋଜ ର ମଧ୍ୟ ଆୟୋଜନ କରାଯାଇଥିଲା lଏଥିରେ ସାନ୍ତାଳ କର୍ମଚାରୀ ସଙ୍ଘ ର ପରିବାର ଯୋଗ ଦେଇଥିଲେ l

Leave A Reply

Your email address will not be published.