୨୭ ଦାଦନ ଶ୍ରମିକ ଉଦ୍ଧାର, ଜଣେ ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି ୦୨।୦୨ : ୨୭ ଦାଦନ ଶ୍ରମିକ ଉଦ୍ଧାର । କଣ୍ଟାବାଞ୍ଜି ତୁରେଇକେଲା ପୋଲିସ ଦ୍ୱାରା ଏହି ସବୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହିସହିତ ଜଣେ ସର୍ଦ୍ଦାରଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ବେଆଇନ୍ ଭାବେ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତୁରେଇକେଲା ରେଳ ଷ୍ଟେସନ୍‌ ନିକଟରେ ବାହାର ରାଜ୍ୟକୁ ଚାଲାଣ ବେଳେ ୨୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ତୁରେଇକେଲା ଥାନା ଗଭରା, ତେଲେଲଖୁଣ୍ଟି ସହ ଆଖ ପାଖ ଗାଁର ହୋଇଥିବା ଜଣାପଡିଛି । ଏହାସହିତ ଘଟଣାରେ ଜଣେ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.