ଖୋଲିଲା ଭୁବନେଶ୍ୱର ଛାତ୍ର ଅପହରଣ ପଛର ଗୁମର, ସ୍କୁଲ ସାଙ୍ଗ ହିଁ ରଚିଥିଲା ଷଡଯନ୍ତ୍ର

ଭୁବନେଶ୍ୱର, ଫେବୃଆରୀ ୩ : ଖୋଲିଲା ଭୁବନେଶ୍ୱର ବିବିଏ ଛାତ୍ର ଇସାନ ଅପହରଣ ପଛର ଗୁମର । ଇସାନଙ୍କ ସାଙ୍ଗ ହିଁ କିଡନାପ ପାଇଁ ରଚିଥିଲା ଷଡଯନ୍ତ୍ର । ଅପହରଣକାରୀ ମଧ୍ୟରେ ଜଣେ ଇସାନର ସାଙ୍ଗ ଥିଲେ । ଯିଏ କି ଇସାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦେଇ ପ୍ରସ୍ତୁତ କରିଥିଲା ଅପହରଣ ପାଇଁ ଯୋଜନା । ୩୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ପାଇଁ ଷଡଯନ୍ତ୍ର ହୋଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସ୍କୁଲ ସାଙ୍ଗକୁ ଅସାନ ଚିହ୍ନିଛି । ଇସାନର ସାଙ୍ଗ ଜଣକ ହେଉଛି ଧନେଶ୍ୱର ସାହୁ । ତେବେ ୪ ଜଣ ମିଶି ଅପହରଣ କରିଥିବା ଭୁବନେଶ୍ୱର ଡିସିପି ସ୍ପଷ୍ଟ କରିଛନ୍ତି । ତେବେ ଇସାନଙ୍କୁ ଉଦ୍ଧାର ପାଇଁ ୧୯ ଜଣିଆ ପୋଲିସ ଟିମ ଚଢାଉରେ ସାମିଲ ହୋଇଥିଲେ । ଅପହର୍ତ୍ତାଙ୍କ ପୁରୁଣା ରେକର୍ଡ ପୋଲିସ ଖୋଜୁଥିବା ଡିସିପି କହିଛନ୍ତି । ଏହାସହିତ ଅପହରଣକାରୀଙ୍କୁ ନେଇ ସିନ୍ ରିକ୍ରିଏସନ କରୁଛି ପୋଲିସ ।  ତେବେ ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ଛାତ୍ର ଜଣକ ଉଦ୍ଧାର ହୋଇଥିଲେ । ଅଭିଯୁକ୍ତକୁ ଖୋଜିବା ପାଇଁ ଖୋର୍ଦ୍ଧା, ବ୍ରହ୍ମପୁର, ନୟାଗଡର ବିଭିନ୍ନ ଅଞ୍ଚଳରେ ପ୍ରାୟ ୮ ଶହ କିଲୋମିଟର ଯାତ୍ରା କରି ଖୋଜାଖୋଜି କରିବା ପରେ ଇସାନର ପତ୍ତା ମିଳିଥିଲା ।

Leave A Reply

Your email address will not be published.