୩୮,୦୦୦ ବର୍ଗ କିଲୋମିଟର ଭାରତୀୟ ଜମି ଉପରେ ବେଆଇନ୍ ଜବରଦଖଲ କରିଛି ଚୀନ୍‌

ନୂଆଦିଲ୍ଲୀ, ଫେବ୍ରୁଆରୀ ୦୫ : ୩୮ ହଜାର ବର୍ଗ କିଲୋମିଟର ଭାରତୀୟ ଜମି ଉପରେ ଚୀନ୍ ବେଆଇନ ଜବରଦଖଲ କରିଛି । ବିଦେଶ ରାଜ୍ୟ ମନ୍ତ୍ରୀ ବି ମୁରଲୀଧରନ ଗୃହରେ କହିଛନ୍ତି ଯେ, ଚୀନ ଦୀର୍ଘ ୬ ଦଶନ୍ଧୀ ହେଲା ଭାରତୀୟ ଜମି ଉପରେ ଆଖି ପକାଇଛି । ପାକିସ୍ତାନ ୧୯୬୩ ମସିହାରେ ଶକସଗାମ ଘାଟିରେ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଜମିକୁ ବେଆଇନ ଭାବେ ଜବରଦଖଲ କରି ଏହାକୁ ଚୀନ ହାତରେ ସମର୍ପି ଦେଇଥିଲା । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାର ୧୯୬୩ ମସିହାର ତଥାକଥିତ ଚୀନ-ପାକିସ୍ତାନ ‘ସୀମା ବୁଝାମଣା’କୁ କେବେବି ମଞ୍ଜୁରୀ ଦେଇ ନଥିଲେ । କିନ୍ତୁ ପାକିସ୍ତାନ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଜମି ଉପରେ ଜବରଦଖଲ କରିବା ସହିତ ଏହାକୁ ଚୀନ ହାତରେ ଟେକି ଦେଇଥିଲା । ସଂସଦରେ ସରକାରଙ୍କ ତରଫରୁ ମନ୍ତ୍ରୀ କହିଛନ୍ତି ଯେ, ଜମ୍ମୁ କଶ୍ମୀର ଓ ଲଦ୍ଦାଖରେ ପୂରା କେନ୍ଦ୍ର ଶାସିତ ରାଜ୍ୟ ଭାରତର ଏକ ଅଭିନ୍ନ ଏବଂ ଅବିଭାଜ୍ୟ ଅଂଶବିଶେଷ । ଅନେକ ଥର ପାକିସ୍ତାନ ଓ ଚୀନ ଅଧିକାରୀଙ୍କୁ ଏବାବଦରେ ଅବଗତ କରାଯାଇଛି । ପୂର୍ବ ଲଦ୍ଦାଖ ସୀମା ଗତିରୋଧରେ ମୁରଲୀଧରନ କହିଛନ୍ତି ଯେ, ଭାରତ ଓ ଚୀନ କୁଟନୈତିକ ଓ ସୈନ୍ୟ ଦଳ ମାଧ୍ୟମରେ ଆଲୋଚନା ଜାରି ରଖିଛନ୍ତି । 

Leave A Reply

Your email address will not be published.