ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍‌ ଡେଟ୍‌ ଘୋଷଣା

ନୂଆଦିଲ୍ଲୀ ୧୧।୦୨ : ଅପେକ୍ଷାର ହେଲା ଅନ୍ତ । ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍‌ ତାରିଖକୁ ନେଇ ଘୋଷଣା କରାଯାଇଛି। ଫିଲ୍ମଟି ଜୁନ୍‌ ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି । ଫିଲ୍ମଟି ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ । ଏହି ପ୍ରତୀକ୍ଷିତ ଫିଲ୍ମରେ ଅକ୍ଷୟ କୁମାର, ମାନୁଷୀ ଚିଲ୍ଲର, ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହା ମାନୁଷୀଙ୍କ ପ୍ରଥମ ଡେବ୍ୟୁ । ଗତବର୍ଷ ୨୦୨୦ରେ ଅକ୍ଷୟ କୁମାରଙ୍କ ୫୨ ତମ ଜନ୍ମଦିନରେ ‘ପୃଥ୍ବୀରାଜ’ର ରିଲିଜ୍‌ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଫିଲ୍ମର ରିଲିଜ୍‌ ବହୁ ବିଳମ୍ବ ପରେ ବର୍ତ୍ତମାନ ଏହାର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି।

Leave A Reply

Your email address will not be published.