ଟିଏମସିକୁ ଫେରିବାକୁ ଶୁଭେନ୍ଦୁଙ୍କ ଇଚ୍ଛା 

ନୂଆଦିଲ୍ଲୀ, ୧୧।୦୨ :  ବିଜେପିରେ ମନ ଲାଗୁନି । ଟିଏମସକୁ ଫେରିଯିବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଏପରି ଦାବି କରିଛନ୍ତି ଟିଏମସିର ନେତା କୁନାଲ ଘୋଷ । ପଶ୍ଚିମବଙ୍ଗ ବିଧାନସଭାର ବିରୋଧି ଦଳ ନେତା ଶୁଭେନ୍ଦୁ ପୁଣି ତୃଣମୂଳ କଂଗ୍ରେସକୁ ଆସିବେ ବୋଲି କହିଛନ୍ତି କୁନାଲ । କୁନାଲ କହିଛନ୍ତି ଯେ, ଶୁଭେନ୍ଦୁଙ୍କୁ ବିଜେପି ଭଲ ଲାଗୁନି । ସେ ନିଜ ପୁରୁଣା ଦଳକୁ ଆସିବାକୁ ଚାହୁଁଛନ୍ତି । କିନ୍ତୁ ଟିଏମସି ତାଙ୍କୁ ନେବ ନାହିଁ ।  କାରଣ ସେ ନିକଟରେ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଶୁଭେନ୍ଦୁଙ୍କ ମାନସିକ ସ୍ଥିତି ଏବେ ଠିକ୍ ନାହିଁ । ସେ ବିଜେପିକୁ ଯାଇ ପଶ୍ଚାତାପ କରୁଛନ୍ତି । ଶୁଭେନ୍ଦୁଙ୍କ ସହ ଆଉ ଦୁଇରୁ ତିନି ନେତା ବିଜେପି ଛାଡିବେ ବୋଲି ଚାହୁଁଛନ୍ତି । କିନ୍ତୁ କବାଟ ପୁରା ବନ୍ଦଅଛି । ଶୁଭେନ୍ଦୁ ଚଢଉ ଭୟରେ ବିଜେପିରେ ସାମିଲ ହୋଇଥିବା ସେ କହିଛନ୍ତି । ନିକଟରେ ବିଧାନନଗର ମ୍ୟୁନିସିପାଲିଟି ନିର୍ବାଚନରେ ଟିଏମସି ପ୍ରାର୍ଥୀ ସବ୍ୟସାଚୀ ଦତ୍ତଙ୍କୁ ନେଇ ଶୁଭେନ୍ଦୁ ଅସନ୍ତୋଷ ପ୍ରକାଶ କରିଥିଲେ । ସବ୍ୟସାଚୀ ୨୦୧୯ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ପରେ ସେ ପୁଣି ଟିଏମସିକୁ ଫେରି ଯାଇଥିଲେ ।

Leave A Reply

Your email address will not be published.