ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ

ଲମତାପୁଟ ୧୧।୨: କିଛି ଦିନ ବ୍ୟବଧାନ ପରେ ଆରମ୍ଭ ହୋଇଛି ଅପରେସନ୍ ଗ୍ରୀନ୍ କ୍ଲିନ୍ । କୋରାପୁଟ ପୋଲିସ ପୁଣି ୪ ଏକରରେ ହୋଇଥିବା ୪ ହଜାର ୮୦୦ ଗଞ୍ଜେଇ ଗଛ ନଷ୍ଟ କରିଛି । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି। ମାଓ ପ୍ରଭାବିତ ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାର ନିକଟ ମାଳିପୁଟ ଏବଂ ପ୍ରଧାନିଗୁଡା ଗ୍ରାମ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୂର୍ବରୁ ପୋଲିସ ସେଠାକୁ ପହଞ୍ଚି ପାରୁନଥିଲା । ଏହାର ସୁଯୋଗ ନେଇ ବେଆଇନ ଭାବରେ ବେଧଡକ ଗଞ୍ଜେଇ ଚାଷ ବଢ଼ି ଚାଲିଥିଲା ।  କିନ୍ତୁ  କଡ଼ା ସୁରକ୍ଷାରେ ପାଡୁଆ, କୋରାପୁଟ ପୋଲିସ, ଡିଭିଏଫ, ଅବକାରୀ, ବନ ବିଭାଗ ଏବଂ ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ୪ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏହି ଗ୍ରାମଗୁଡ଼ିକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଏବଂ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷାକୁ ଦୃଷ୍ଟିରେ ରଖି ବମ୍ ସ୍କ୍ବାର୍ଡ, ବିପୁଳ ଫୋର୍ସ ମୁତୟନ କରି ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ  । ନନ୍ଦପୁର ଏବଂ ଲମତାପୁଟ ବ୍ଲକରେ ଚଳିତ ବର୍ଷ ପ୍ରାୟ ୭୦୦ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ।

Leave A Reply

Your email address will not be published.