ବିଜୟର ଅନ୍ୟ ନାମ କନ୍ଧମାଳ ପିପୁଲସ ଫୋରମ( KPF )..

ଫୁଲବାଣି : କନ୍ଧମାଳର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଘଠନ କନ୍ଧମାଳ ପିପୁଲସ ଫୋରମ । କନ୍ଧମାଳବାସୀଙ୍କ ପାଇଁ ସଦାସର୍ବଦା ତତ୍ପର ଥିବା ଏହି ସଂଗଠନ ଏବେ ଚର୍ଚ୍ଚାରେ । କନ୍ଧମାଳର ବିକାଶ ପାଇଁ ଦିବାରାତ୍ର ସଙ୍ଘର୍ଷ କରିବା ଏବଂ ବିଜୟର ସ୍ୱାଦ ଚାଖିବା ଏହା କେବଳ ପିପୁଲସ ଫୋରମ ପକ୍ଷେ ସମ୍ଭବ। ସେ କନ୍ଧମାଳରେ ମେଡିକାଲ କଲେଜର କଥା ହେଉ କି କନ୍ଧମାଳକୁ ରେଳ ସଂଯୋଗ କଥା ହେଉ କି କନ୍ଧମାଳର ସାମଗ୍ରିକ ବିକାଶ କଥା ହେଉ । ସବୁବେଳେ ହକ ପାଇଁ ସଂଘର୍ଷ କରିବା ଏବଂ ବିଜୟର ବାନା ଉଡାଇବା ଏହା କେବଳ ହିଁ କେବଳ କନ୍ଧମାଳ ପିପୁଲସ ଫୋରମ ପକ୍ଷେ ସମ୍ଭବ. ତେବେ କିଏ ଏହି କନ୍ଧମାଳ ପିପୁଲସ ଫୋରମର ହର୍ତ୍ତା କର୍ତ୍ତା ଆଉ ଦଇବ ବିଧାତା ? କଣ ଏହି ସଂଗଠନର ଲକ୍ଷ୍ୟ ? ଆଉ କନ୍ଧମାଳ ବାସୀଙ୍କ ପାଇଁ କଣ କରିଛି ଏହି ସଙ୍ଘଠନ ? ଆସନ୍ତୁ ଜାଣିବା..
କନ୍ଧମାଳ ପିପୁଲସ ଫୋରମ ( Kpf) ଆଜିକୁ ୫ବର୍ଷ ଅର୍ଥାତ ୧୦.୧୦.୨୦୧୭ରେ ଏହାର ଜନ୍ମ । ଏହାର ମୂଳ ପ୍ରତିଷ୍ଠାତା ହେଉଛନ୍ତି କନ୍ଧମାଳର ମଉଡମଣୀ,ବରିଷ୍ଠ ସାମ୍ବାଦିକ ତଥା ସମାଜସେବି ସମସ୍ତଙ୍କ ପ୍ରିୟ ରାଧାମୋହନ ମହାପାତ୍ର । ସମାଜର ମଙ୍ଗଳ ପାଇଁ ସାମ୍ବାଦିକତାକୁ ପଥୟେ କରିଥିବା ରାଧାମୋହନ ସମାଜର ସେବା କରିବା ହେଉଛି ତାଙ୍କ ଜୀବନର ଏକ ମାତ୍ର ଲକ୍ଷ୍ୟ. ଏହି ଲକ୍ଷକୁ ପୂରଣ କରିବା ଉଦେଶ୍ୟରେ ସୃଷ୍ଟି ହୋଇଛି କନ୍ଧମାଳ ପିପୁଲସ ଫୋରମ । ଏକ ସଂଗଠନ ଗଢିବା ଏବଂ ତାକୁ ପରିଚାଳନା କରିବା ସହଜ କଥା ନଥିଲା . ହେଲେବି ଏହି ଅସହଜ କାମକୁ ସହଜ କରି ଦେଖାଇଛନ୍ତି ରାଧା ମୋହନ. କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଥାଏ. ଆଉ ସେଇ ଦୃଢ଼ ଇଛା ଶକ୍ତି ବଳରେ ସଫଳତାର ସିଡି ଚଢ଼ିଥିଲେ ରାଧା ମୋହନ । ମାତ୍ର ୩୦ ଜଣ ମେମ୍ବରଙ୍କୁ ନେଇ ଆଗକୁ ଆଗକୁ ମାଡିଚାଲିଥିଲେ ରାଧାମୋହନ । ୨୦୧୭ ମସିହାରୁ ଆଜି ଯାଏଁ ଥରୁଟିଏ ଵି ପଛକୁ ଫେରି ଚାହିଁ ନାହାଁନ୍ତି ରାଧା ମୋହନ । ଯେତେ ଘାତ ପ୍ରତିଘାତ ଆସିଛି ଦମ୍ଭୋକ୍ତିର ସହ ତାକୁ ସାମ୍ନା କରିଛନ୍ତି ରାଧା। ସେଥି ପାଇଁ ତ ତିରିଶ ରୁ ତିନିସହ ..ତିନିସହରୁ ତିନି ହଜାର ଆଉ ତିନି ହଜାର ରୁ ଦେଢ଼ ଲକ୍ଷ ଜନତା ଏବେ ରାଧା ମୋହନଙ୍କ ହାତ କୁ ହାତ ଦେଇ ଆଗକୁ ମାଡି ମାଡି ଚାଲିଛନ୍ତି । ଏକ ମନ ଆଉ ଏକ ଲକ୍ଷ ନେଇ ବିକାଶ ହେବ କନ୍ଧମାଳର। ମୋ କନ୍ଧମାଳର ପ୍ରତିଟି ମୁହଁରେ ହସ ଭରିବ କନ୍ଧମାଳ ପିପୁଲସ ଫୋରମ। ମୋ କନ୍ଧମାଳକୁ ଉତ୍ତମ ସ୍ୱାସ୍ଥ୍ୟ ସେବା , ମୋ କନ୍ଧମାଳୁ ରେଳ ସଂଯୋଗ, ମୋ କନ୍ଧମାଳର ପ୍ରତିଟି ଶିଶୁର ଭବିଷ୍ୟତ ପାଇଁ ଉତ୍ତମ ମାନର ଶିକ୍ଷାନୁଷ୍ଠାନ, ମୋ କନ୍ଧମାଳରେ ସ୍ୱଚ୍ଛ ପାନୀୟ ଜଳ, ମୋ କନ୍ଧମାଳର ପ୍ରତିଟି ଗଳି କନ୍ଦିକୁ ପକ୍କା ସଡ଼କ..ମୋ କନ୍ଧମାଳକୁ ସିଧା ସଳଖ ବିମାନ ସେବା ଏହା ହେଉଛି କନ୍ଧମାଳ ପିପୁଲସ ଫୋରମର ଲକ୍ଷ୍ଯ.. ଆଉ ଏ ସବୁ ଲକ୍ଷକୁ ପୂରଣ କରିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି ରାଧାମୋହନ ଏବଂ ସମସ୍ତ ମେମ୍ବର..ଆଉ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ମଧ୍ୟ ଚଢି ଚାଲିଛନ୍ତି । ରାଧାମୋହନଙ୍କ(kpf) ପ୍ରଚେଷ୍ଟାରେ କନ୍ଧମାଳରେ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଏବଂ ଡାକ୍ତରୀ ପାଠ ପଢିବା ପାଇଁ ଇଛା ରଖିଥିବା ଛାତ୍ର ଛାତ୍ରୀଙ୍କ ପାଇଁ କନ୍ଧମାଳରେ ମେଡିକାଲ କଲେଜ । କନ୍ଧମାଳ ବାସୀଙ୍କ ଗମନା ଗମନାଗମନ ସହଜ ଏବଂ ଅନ୍ୟ ଜିଲ୍ଲା ତଥା ରାଜ୍ୟ ମାନଙ୍କରେ ବାଣିଜ୍ୟ ବ୍ୟବସାୟ ପାଇଁ ରେଳ ସେବା । ଗରିବ ତଥା ମେଧାବୀ ଛାତ୍ର ଛତ୍ରୀଙ୍କ ପାଇଁ ସାହାଯ୍ୟ ସହଯୋଗ କରିବା ପରି ମହାନ କାମ କରି ଚାଲିଛି କନ୍ଧମାଳ ପିପୁଲସ ଫୋରମ। ନିକଟ ଦିନରେ କନ୍ଧମାଳକୁ ରେଳ ସଂଯୋଗ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୋକନ କଟା ଯିବା ପରେ । କନ୍ଧମାଳ ପିପୁଲସ ଫୋରମକୁ ଛୁଟୁଛି ପ୍ରଶଂସାର ସୁଅ । ତେବେ କେବଳ ରେଳ ସଂଯୋଗ କଥା ନୁହେ କନ୍ଧମାଳର ସାମଗ୍ରିକ ବିକାଶ ପାଇଁ , ସାଧାରଣ ଜନତାଙ୍କ ପାଇଁ , କନ୍ଧମାଳର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସବୁବେଳେ ପ୍ରସ୍ତୁତ କନ୍ଧମାଳ ପିପୁଲସ ଫୋରମ ଆଉ ରାଧାମୋହନ । ତେବେ ସବୁଠାରୁ ବଡ କଥା ହେଉଛି କନ୍ଧମାଳ ପିପୁଲସ ଫୋରମ ସହ ଏବେ ପ୍ରତିଦିନ କନ୍ଧମାଳର ଅଗଣିତ ଜନତା ଯୋଡି ହେବାରେ ଲାଗିଛନ୍ତି । କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ଏବଂ ଦୁଇଟି ଏନ.ଏ .ସି ଯଥା ଜି ଉଦୟଗିରି ଏବଂ ବାଲିଗୁଡା ତା ସହ ଫୁଲବାଣୀ ମୁନୁସିପାଲଟିର ହଜାର ହଜାର ଜନତା ଏବେ କନ୍ଧମାଳ ପିପୁଲସ ଫୋରମ ସହ ଯୋଡି ହୋଇଛନ୍ତି । ଆଗକୁ ଆହୁରି ଅନେକ ଉନ୍ନୟନ ମୂଳକ କାମ ହେବ । ସାଧାରଣ ଜନତାଙ୍କ ହକ ପାଇଁ କନ୍ଧମାଳ ପିପୁଲସ ଫୋରମ ରାଜ ରାସ୍ତାକୁ ଓଲ୍ଲହାଇବ । ଦାବି ପୁରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ।

gpkandhamal

Umasankar Adv
Leave A Reply

Your email address will not be published.