ଭାରସାମ୍ୟ ହରାଇ ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ୍

କରଞ୍ଜିଆ ୧୨।୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ସିଙ୍ଗଡା ହାଇସ୍କୁଲ ଛକ ନିକଟରେ ଅଙ୍ଗୁର ବୋଝେଇ ଟ୍ରକ୍ ଓଲଟିପଡିଛି । ଶନିବାର ଭୋର ସମୟରେ ଦୁର୍ଘଟଣା ଘଟିଥିବା ବେଳେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଟ୍ରକଟି ଦ୍ରୁତ ଗତିରେ କେନ୍ଦୁଝର ପଟୁ କଲିକତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଉକ୍ତ ଟ୍ରକରେ ଅଙ୍ଗୁର ବୋଝେଇ ହୋଇଥିବାରୁ ଲୋକେ ଅଙ୍ଗୁର ନେବା ପାଇଁ ଦୁର୍ଘଟଣା ସ୍ଥଳରେ ପ୍ରବଳ ଭିଡ଼ ଜମାଇଥିଲେ । ଫଳରେ ରରୁଆଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ତେବେ ଦୁର୍ଘଟଣା ପରେ ସମସ୍ତ ଅଙ୍ଗୁର ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରରୁଆଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.