କଳାହାଣ୍ଡିରେ ପୁଣି ଏକ ହାତୀର ମୃତଦେହ ଠାବ

ଧର୍ମଗଡ ୧୨।୨: ବିପଦରେ ଗଜରାଜ । ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଏବେ ବିପଦରେ ଗଜରାଜ । ଦିନକୁ ଦିନ ଗଜରାଜଙ୍କ ମୃତ୍ୟୁ ହେବା ବନ ବିଭାଗର କାର୍ଯ୍ୟକାରିତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ବାଗପୁର ଗାଁର ପାଣି ଟାଙ୍କି ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ହାତୀଟିର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗଜରାଜଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବନବିଭାଗ ସୂଚନା ଦେଇଛି । ଗତ ୯ ତାରିଖରେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟ ହୋଇଥିବା ବେଳେ ଶନିବାର ମଧ୍ୟ ଏକ ହାତୀର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.