ହିଜାବ୍‌ ବିବାଦକୁ ନେଇ ସୋନମ୍‌ କପୁର ଉଠାଇଲେ ପ୍ରଶ୍ନ

ମୁମ୍ବାଇ ୧୩।୦୨ : କର୍ଣ୍ଣାଟକରେ ହିଜାବକୁ ନେଇ ଉଠିଥିବା ବିବାଦ ଏବେ ବଢିବାରେ ଲାଗିଛି । ଅନେକ ସ୍ଥାନରେ ଏହି ହିଜାବ ପାଇଁ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଏବେ ଏହି ବିବାଦକୁ ନେଇ ସୋନମ କପୁର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫୋଟୋ ସେୟାର କରିଛନ୍ତି । ଫଟୋରେ ଜଣେ ବ୍ୟକ୍ତି ପଗଡ଼ୀ ପିନ୍ଧିଛନ୍ତି ଏବଂ ଅନ୍ୟ ଜଣେ ମହିଳା ହିଜାବ ପିନ୍ଧିଛନ୍ତି । ସୋନମ ଏହାକୁ ନେଇ ଏକ ପ୍ରଶ୍ନ କରିଛନ୍ତି ଯେ- ଯଦି ପଗଡ଼ୀ ଚଏସ ହୋଇପାରିବ ତେବେ ହିଜାବ କାହିଁକି ନୁହେଁ? ଏହି ମାମଲାରେ ଏବେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜର ମତ ରଖୁଛନ୍ତି । ଏହା ପୂର୍ବରୁ କଙ୍ଗନା ରଣାୱତ, ଶାବାନା ଆଜମୀ ଏବଂ ଜାବେଦ ଅଖତର ଏହି ମାମଲାରେ ସୋସିଆଲ ମିଡିଆରେ ନିଜ ନିଜର ମତ ରଖିଛନ୍ତି । ଭାରତରେ ହିଜାବ ମାମଲାକୁ ନେଇ ଏବେବି ପରିସ୍ଥିତି ଗମ୍ଭୀର ରହିଛି । ଏହି ପ୍ରସଙ୍ଗରେ ବଲିଉଡ ମଧ୍ୟ ଦୁଇ ଭାଗରେ ଭାଗ ହେବାରେ ଲାଗିଛି । ଏହା ପୂର୍ବରୁ କଙ୍ଗନା ରଣାୱତ ଏହି ପ୍ରସଙ୍ଗରେ ଲେଖିଥିଲେ ଯେ ନିଜେ ସ୍ୱତନ୍ତ୍ର ହେବା ଶିଖ ନା କି ନିଜକୁ ବାନ୍ଧି ରଖିବା ।

Leave A Reply

Your email address will not be published.