ସବୁଠାରୁ ଶସ୍ତା ଇ-କାର

ନୂଆଦିଲ୍ଲୀ, ୧୫|୦୨: ପେଟ୍ରୋଲ ଓ ଡିଜେଲର ଦାମ୍ ବଢିବାରେ ଲାଗିଛି । ଏହାମଧ୍ୟରେ ଅଧିକାଂଶ ଲୋକ ଇ-ଯାନ ଆଡେ ମୁହାଁଇଲେଣି । କମ୍ପାନୀମାନେ ମଧ୍ୟ ନୂଆ ନୂଆ ଡିଜାଇନ୍ ଓ ଲୁକ୍ ସହ ଦମଦାର ଇ-ବାଇକ ଓ କାର୍ ଲଞ୍ଚ କରୁଛନ୍ତି । ଏହାମଧ୍ୟରେ ମୁମ୍ବାଇର ଏକ ଷ୍ଟାଟଅପ୍ ଦୁନିଆର ସବୁଠାରୁ ଶସ୍ତା ଇ-କାର୍ ତିଆରି କରିଥିବା ଦାବି କରିଛି। ଏହି ଦମଦାର ଇଲେକ୍ଟ୍ରିକ୍ କାର ତିଆରି କରିଥିବା କମ୍ପାନୀ ହେଲା ଷ୍ଟର୍ମ ମୋଟର । ଏହାର ମୁଖ୍ୟାଳୟ ମୁମ୍ବାଇରେ ରହିଛି । ଆପଣ କେବଳ ୧୦ ହଜାର ଟଙ୍କାରେ କାରର ପ୍ରି ବୁକିଂ କରିପାରିବେ । ଏହା ତିନୋଟି ଭାରିଆଣ୍ଟରେ ଉପଲବ୍ଧ ରହିଛି । ତେବେ ଏହି କାର ସାରା ଦେଶରେ ବିକ୍ରି ପାଇଁ ଉପଲବ୍ଧ ହେବ ନାହିଁ । ଏହାକୁ ଆପଣ ମୁମ୍ବାଇ ଓ ଦିଲ୍ଲୀ ଏନସିଆରରୁ କିଣି ପାରିବେ । କମ୍ପାନୀର ଓ୍ୱେବସାଇଟ୍ ଅନୁସାରେ, ମୁମ୍ବାଇ, ଥାନେ, ନଭି ମୁମ୍ବାଇ, ନୁଆଦିଲ୍ଲୀ, ଗୁରଗାଓଁରେ ଏହି କାର୍ ବିକ୍ରି ପାଇଁ ଉପଲବ୍ଧ ହେବ । ଗ୍ରାହକଙ୍କୁ ସବୁଠାରୁ ଅଧିକ କାର୍‌ର ଲୁକ୍ ପ୍ରଭାବିତ କରୁଛି । ଏହି କାରରେ ତିନୋଟି ଚକ ରହିଛି । କିନ୍ତୁ ଏହି ତିନି ଚକିଆ ଅଟୋ ଭଳି ନୁହେଁ । ଏହାର ଆଗରେ ଦୁଇଟି ଓ ପଛରେ ଗୋଟିଏ ଚକା ରହିଛି । ପ୍ରଥମ ନଜରରେ ଆପଣ ଏହି କାରକୁ ଦେଖି ଚକିତ ହୋଇଯିବେ । ଏଥିରେ ଦୁଇଟି ସିଟ୍  ଓ ଦୁଇଟି ଡୋର୍ ରହିଛି । ଏହାସହ ସନ୍ ରୁଫ୍ ମଧ୍ୟ ରହିଛି । ଯଦି ଆପଣ ଦୈନିକ ୫୦ କିମି ଯାତ୍ରା କରନ୍ତି ତେବେ ଏହା ଆପଣଙ୍କ ପାଇଁ ସବୁଠାରୁ ବେଷ୍ଟ୍ ଅପସନ୍ ହେବ ।

Leave A Reply

Your email address will not be published.