ଶିଶୁଆ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀକୁ ମରଣାନ୍ତକ ଆକ୍ରମଣ

ସାଲେପୁର ୧୬।୨: ସମିତି ସଭ୍ୟ ପ୍ରାର୍ଥୀକୁ ମରଣାନ୍ତକ ଆକ୍ରମଣ । ପ୍ରଚାର କାର୍ଯ୍ୟ ସାରି ମଙ୍ଗଳବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ଶିଶୁଆ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ମାନସ କୁମାର ଦାସଙ୍କୁ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ । ପୂର୍ବରୁ ଏହି ଦୁଇ ଜଣ ଯୁବକ ଲୁଚି ରହି ତାଙ୍କୁ ବୋତଲ ସାହାଯ୍ୟରେ ଆକ୍ରମଣ କରି ସେଠାରୁ ଖସି ପଳାଇ ଯାଇଥିଲେ । ଏନେଇ ସମିତି ସଭ୍ୟ ପ୍ରାର୍ଥୀ ମାନସ କୁମାର ଦାସ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.