ହାତୀପାଲି ଗାଁରେ ନିର୍ବାଚନୀ ହିଂସା, ଭୋଟ୍ ଦେବାକୁ ଗଲେ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ

ବୌଦ୍ଧ ୧୬।୨: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ହାତୀପାଲି ଗାଁରେ ଲାଗି ରହିଛି ନିର୍ବାଚନୀ ହିଂସା । ଗାଁର ଗୋବିନ୍ଦ ମହାପାତ୍ରଙ୍କ ଘରକୁ ଆକ୍ରମଣ ହୋଇଥିବା ସୂଚନା । ଘର କବାଟ ଓ ଆଜବେଷ୍ଟ ଭାଙ୍ଗିଲେ ଦୁର୍ବୃତ୍ତ । ଯଦି ଭୋଟ୍ ଦେବାକୁ ଯିବେ, ଜୀବନରୁ ମାରିଦେବାକୁ ଦେଲେ ଧମକ । ବୁଧବାର ସକାଳ ୭ଟା ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗାଁର ବିଶ୍ବାମ୍ବର ପାତ୍ର ଓ ଅନ୍ୟ ୩ ଜଣ ଏହି ଆକ୍ରମଣ କରିଥିବା ଗୋବିନ୍ଦ ମହାପାତ୍ର ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମୋବାଇଲ ଟିମ୍ ପହଞ୍ଚି ଘଟଣାର ଅଧିକ ଛାନଭିନ କରୁଛି ।

Leave A Reply

Your email address will not be published.