ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର ୧୭।୨: ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ଦଳ । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି । କମିଶନଙ୍କ ଦାୟିତ୍ବରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା । ଭୋଟ୍ କେନ୍ଦ୍ରରେ ସରକାରୀ କଳକୁ ଅପବ୍ୟବହାର କରାଯାଇଛି । ପ୍ରିଜାଇଡ଼ିଂ ଅଫିସରମାନେ ଶାସକ ଦଳ କର୍ମୀ ଭଳି କାମ କରିଛନ୍ତି । ଏହାସହ ଭୋଟ୍ ସରିବା ପରେ ଦିଆଯାଉଥିବା ୧୧(ଏ) ଫର୍ମ ଯାହା ମାଧ୍ୟମରେ କେତେ ବାଲାଟ ପେପର ଇସ୍ୟୁ ହୋଇଛି, କେତେ ବ୍ୟବହାର ହେଲା, କେତେ ପୁରୁଷ, କେତେ ମହିଳା ତାହାର ହିସାବ ରଖିବା ପାଇଁ ଆଇନ ଅଛି । କିନ୍ତୁ ରାଜ୍ୟରେ ପ୍ରାୟ ୭୦ରୁ ୮୦ପ୍ରତିଶତ ସ୍ଥାନରେ କମିଶନଙ୍କ ନିର୍ଦ୍ଦେଶ ନାହିଁ କହି ଦିଆଗଲା ନାହିଁ । ଏହାକୁ ମଧ୍ୟ କମିଶନଙ୍କ ନଜରକୁ ଅଣାଯାଇଛି । ଏହାସହ ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ତଥ୍ୟ ପ୍ରମାଣ ମଧ୍ୟ ନିର୍ବାଚନ କମିଶନଙ୍କୁ ଦେଇଛି ବିଜେପି । କମିଶନ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ନାଗରିକଙ୍କୁ ନିଶ୍ଚିତ କରିବା ଦରକାର । ହିଂସାକାଣ୍ଡକୁ କେମିତି ରୋକିବେ ସେ ନେଇ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ । ଷ୍ଟ୍ରଙ୍ଗ ରୁମ୍ ଗୁଡ଼ିକ ପାଇଁ ଗାଇଡ଼ଲାଇନ ଆଜି ସୁଦ୍ଧା ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ସମୀର ମହାନ୍ତି । ଚାବି କାହା ପାଖରେ ରହିବ ଜଣାପଡ଼ିନାହିଁ । ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପ୍ରଶାସନର ଦାୟିତ୍ବ । ଯିଏ ବି ହିଂସାକାଣ୍ଡରେ ସମ୍ପୃକ୍ତ ତାଙ୍କୁ ଦଣ୍ଡ ମିଳୁ ବୋଲି ବିଜେପି ଦାବି କରିଛି ।

Leave A Reply

Your email address will not be published.