ଚୋରି କରିବାକୁ ଆସି ହଟହଟା ହେଲେ ଚୋର

ଜଗତସିଂହପୁର ୨୫।୦୨ :  ଚୋରକୁ ଧରିଲେ ।  ମାଡ ମାରିବା ସହ ଚପଳ ମାଳ ପିନ୍ଧାଇଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଆଇବିଲ ଗାଁରେ । ସୂଚନାନୁସାରେ, ଗାଁରେ ଗୁରୁବାର ରାତିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରିବାକୁ ତିନିଜଣ ଚୋର ଆସିଥିଲେ । ଚୋରି ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାବୁ କରି ନେଇଥିଲେ ।  ଅନ୍ୟ ଜଣେ ଖସି ପଳାଇଥିଲା । ପରେ ଗ୍ରାମବାସୀ ମାନେ କାବୁ କରିଥିବା ଚୋରଙ୍କୁ ମାଡ଼ ମାରିବା ସହ ସାତ ବେଣ୍ଟିଆ କରିଥିଲେ । ଏହାସହ ବେକରେ ଚପଲ ମାଳ ପକାଇଥିଲେ । ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ପାଖରୁ ଚୋରଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.