ୟୁକ୍ରେନ୍‌ର ସିଙ୍ଗର ଋଷ ବିରୋଧରେ ଉଠାଇଲେ ଅସ୍ତ୍ର

ନୂଆଦିଲ୍ଲୀ ୦୨।୦୩ :  ବର୍ତ୍ତମାନ ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ପାରସ୍ପରିକ ବିବାଦ ହେତୁ ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢେଇ। ଋଷ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣରେ ୟୁକ୍ରେନ ବହୁ କ୍ଷତି ସହିଲାଣି। ଜନ ଜୀବନ କଷ୍ଟକର ହୋଇପଡିଛି। ଏହି ସମୟରେ ଛୋଟ ଛୋଟ ପିଲାଙ୍କୁ ମଧ୍ୟ ବହୁତ କିଛି ସାମ୍ନା କରିବାକୁ ପଡୁଛି । ଏହି ସବୁକୁ ଦେଖି ୟୁକ୍ରେନକୁ ବଞ୍ଚାଇବା ପାଇଁ ସାଧାରଣ ଜନତା ଏବଂ ସେଲିବ୍ରିଟିମାନେ ମଧ୍ୟ ଆଗକୁ ଆସିଛନ୍ତି। ନିଜ ଦେଶକୁ ବଞ୍ଚାଇବା ପାଇଁ ଲୋକମାନ ମଧ୍ୟ ଅସ୍ତ୍ର ଉଠାଇଛନ୍ତି। ଅନେକ ଦେଶର ରାଜନେତାମାନେ ମଧ୍ୟ ଏହି ଯୁଦ୍ଧକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସମସ୍ତେ ଶାନ୍ତି ପାଇଁ ଉଭୟଙ୍କୁ ନିବେଦନ କରୁଛନ୍ତି। କିନ୍ତୁ ସ୍ଥିତିରେ ଏପର୍ଯ୍ୟନ୍ତ କୌଣସି ସୁଧାର ଆସୁନାହିଁ। ଏହି ସମୟରେ ୟୁକ୍ରେନର ଜଣେ ଲୋକପ୍ରିୟ ଗାୟକ ଆଣ୍ଡ୍ରି ଖଲିବନ୍ୟୁକ୍‌ ହାତରେ ଅସ୍ତ୍ର ଧରି ଏକ ଗୀତ ଗାଇଛନ୍ତି । ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।ବର୍ତ୍ତମାନ ୟୁକ୍ରେନର ନାଗରିକ ତଥା ସେଲିବ୍ରିଟିମାନେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସାମ୍ନା କରିବାକୁ ଆସିଛନ୍ତି । ୟୁକ୍ରେନକୁ ବଞ୍ଚାଇବା ପାଇଁ ସେଠାକାର ଲୋକମାନେ ଅସ୍ତ୍ର ଉଠାଇ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ୟୁକ୍ରେନର ଲୋକପ୍ରିୟ ଗାୟକ ଆଣ୍ଡ୍ରିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.