ଋଷ ବିରୋଧରେ ଅଧିକ କଠୋର ହେଲା ଆମେରିକା

ନୂଆଦିଲ୍ଲୀ ୦୨/୦୩: ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଆଜି ‘ଷ୍ଟେଟ୍ ଅଫ୍ ୟୁନିଅନ୍’ (SOTU) କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଜୋ ବାଇଡେନ ୟୁକ୍ରେନରେ ହୋଇଥିବା ଯୁଦ୍ଧ ବିଷୟରେ କହିଥିଲେ ଯେ ୬ ଦିନ ପୂର୍ବରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭୁଲ ନିଷ୍ପତ୍ତି ନେଇଥିଲେ । ଋଷ ଭାବିଥିଲା ​​ଯେ ଆମେ ୟୁକ୍ରେନକୁ ପଦଦଳିତ କରିବୁ, କିନ୍ତୁ ୟୁକ୍ରେନର ଲୋକମାନେ ଋଷକୁ ଏକ ଦୃଢ ଜବାବ ଦେଇଛନ୍ତି । ୟୁକ୍ରେନର ଲୋକମାନେ ସାହସ ଦେଖାଇଛନ୍ତି । ଆମେରିକା ୟୁକ୍ରେନର ଲୋକଙ୍କ ସହିତ ଛିଡା ହୋଇଛି ।ଋଷକୁ ବନ୍ଦ ହେଲା ଏୟାରସ୍ପେସ୍:
ଜୋ ବାଇଡେନ କହିଛନ୍ତି, ଋଷ ସାରା ଦୁନିଆର ମୂଳଦୁଆକୁ ହଲାଇବାକୁ ଚେଷ୍ଟା କରିଛି । ଯୁଦ୍ଧକ୍ଷେତ୍ରରେ ପୁଟିନଙ୍କର ଏକ ସୁବିଧା ଥାଇପାରେ, କିନ୍ତୁ ଏଥିପାଇଁ ବହୁମୂଲ୍ୟ ହରାଇବାକୁ ପଡିବ । ଆମେ ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଉଛୁ । କେବଳ ଆମେରିକା ନୁହେଁ ବିଶ୍ୱର ଅନେକ ଦେଶ ୟୁକ୍ରେନ ସହିତ ଛିଡା ହୋଇଛନ୍ତି ।

Leave A Reply

Your email address will not be published.