ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ସମ୍ପନ୍ନ

ଚାନ୍ଦବାଲି ୦୨।୦୩ : ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେଲା ବାବା ଆଖଣ୍ଡଳଣିଙ୍କ ଜାଗରଯାତ୍ରା । ଭୋର ୫ଟାରେ ମନ୍ଦିରଚୂଡାକୁ ଉଠିଲା ମହାଦୀପ । ଖବର ଅନୁଯାୟୀ, ପବିତ୍ର ମହାଶିବରାତ୍ରୀରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶାନ୍ତିଶୃଙ୍ଖଳାର ସମ୍ପନ୍ନ ହୋଇଛି । ଏଥିପାଇଁ ମଙ୍ଗଲବାର ରାତ୍ରତମାମ ବାବାଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହୋଇଥିଲା । ସେବାୟତଙ୍କ ପକ୍ଷରୁ ୪୦ କେଜି  ଘିଅର ନିର୍ମିତ ମହାଦୀପ ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ମଣିବାବାଙ୍କ ପାଖରେ ଉତ୍ସର୍ଗିତ ହୋଇଥିଲା । ଏହାପରେ ଘଣ୍ଟାକିର୍ତ୍ତନ ଓ ଭକ୍ତଙ୍କ ଗହଳିରେ ମନ୍ଦିର ଚୂଡାକୁ ମହାଦୀପ ଉଠିଥିଲା।

Leave A Reply

Your email address will not be published.