ନୂଆଦିଲ୍ଲୀ ୦୪/୦୩: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୬୩୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୧ ଛୁଇଁଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ୫୧ ହଜାର ୫୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୬୯୮୯୭ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୩ ଲକ୍ଷ ୬୭ ହଜାର ୭୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫ ଲକ୍ଷ ୧୪ ହଜାର ୫୮୯ ସଂକ୍ରମିତ ପ୍ରାଣ ହରାଇଛନ୍ତି ।