ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍

ନୂଆଦିଲ୍ଲୀ, ୦୪।୦୩ : ଶୁକ୍ରବାରଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ଶ୍ରୀଲଙ୍କା । ତେବେ ମୋହାଲିରେ ଦର୍ଶକଙ୍କ ଗହଣରେ ଖେଳାଯିବ ମ୍ୟାଚ । ପୂର୍ବତନ ଅଧିନାୟକ ବିରାଟ କୋହଲି ଖେଳିବେ କ୍ୟାରିୟରର ଶହେ ତମ ଟେଷ୍ଟ ମ୍ୟାଚ୍ । ସେପଟେ ଟେଷ୍ଟ ଅଧିନାୟକ ଭାବେ ପଦାର୍ପଣ କରିବେ ରୋହିତ ଶର୍ମା । ସେଥିପାଇଁ ଏହି ମ୍ୟାଚ୍ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଭାରତୀୟ ଦଳ ମଧ୍ୟ କୋହଲିଙ୍କ ଏହି ମାଇଲଖୁଣ୍ଟ ମ୍ୟାଚ୍ କୁ ସ୍ମରଣୀୟ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ୭୧ତମ ଖେଳାଳି ଭାବେ ବିରାଟ କୋହଲି ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିବେ। ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଏହି ମ୍ୟାଚ୍ ରେ ନିଜ ଟେଷ୍ଟ ଅଧିନାୟଜ ଜୀବନ ଆରମ୍ଭ କରିବେ। ସେ ଭାରତର ୩୫ତମ ଟେଷ୍ଟ ଅଧିନାୟକ ହେବେ। ପୂର୍ବରୁ ଏହି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ ବୋଲି ଘୋଷଣା କରିଥିଲା ବିସିସିଆଇ। ତେବେ ପଞ୍ଜାବ କ୍ରିକେଟ୍ ସଂଘର ଅନୁରୋଧ, କ୍ରିକେଟ୍ ପ୍ରେମୀଙ୍କ ଭାବନା ତଥା ମ୍ୟାଚ୍ ର ଗୁରୁତ୍ବକୁ ଦେଖି ଏବେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିଛି। ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଦଳର ନେତୃତ୍ବ ନେଇସାରିଥିବା ରୋହିତ ନୂଆ ଦାୟିତ୍ବରେ ଅବତ୍ତୀର୍ଣ୍ଣ ହେବେ। ସେପଟେ ଭାରତରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୨୦ ଟେଷ୍ଟ ଖେଳିଛି। ସେଥିମଧ୍ୟରୁ ଗୋଟିଏ ହେଲେ ବି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇନି। ଭାରତ ୧୧ ଟେଷ୍ଟ ଜିତିଥିଲା ବେଳେ ୯ ଟେଷ୍ଟ ଅମୀମାଂସିତ ରହିଛି। ଉଭୟ ଦଳ ମୋଟ ଉପରେ ୪୪ ଟେଷ୍ଟ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୨୦ ଟେଷ୍ଟ ଜିତିଥିଲା ବେଳେ ଶ୍ରୀଲଙ୍କା ୭ ମ୍ୟାଚ୍ ଜିତିଛି। ଏଣୁ ଚଳିତ ଗସ୍ତରେ ନୂଆ ଇତିହାସ ରଚିବାକୁ ଚେଷ୍ଟା କରିବ ଶ୍ରୀଲଙ୍କା ଦଳ ।

Leave A Reply

Your email address will not be published.