ଯୁଦ୍ଧ ପାଇଁ ଜେଲେନସ୍କିଙ୍କୁ ଦୋଷ ଲଦିଲେ ପୁଟିନ

ନୂଆଦିଲ୍ଲୀ, ୦୪/୦୩:  ୟୁରୋପରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ୟୁକ୍ରେନ ଉପରେ ଦୋଷ ଲଦିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ରୁଷର ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧନ କରି ପୁଟିନ କହିଛନ୍ତି ଯେ , ୟୁକ୍ରେନ ଜାଣିଶୁଣି ବିଦେଶୀ ନାଗରିକଙ୍କୁ ବନ୍ଧକ ରଖୁଛି। ବରଂ ରୁଷ ସେନା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା କରୁଛି। ୟୁକ୍ରେନ ୩ ହଜାରରୁ ଅଧିକ ଭାରତୀୟଙ୍କୁ ବନ୍ଧକ ରଖିଛି। ଚୀନ ନାଗରିକଙ୍କୁ ବନ୍ଧକ ରଖିଛି। ଏପରିକି ଭାରତୀୟ ଛାତ୍ରଙ୍କ ଉପସ୍ଥିତି ସମୟରେ ୟୁକ୍ରେନ ଗୁଳି ବର୍ଷା କରିଥିଲା ବୋଲି ପୁଟିନ କହିଛନ୍ତି।ସେହିପରି ଯୁଦ୍ଧର ମୂଳ କାରଣ ପାଇଁ ମଧ୍ୟ ୟୁକ୍ରେନ ଉପରେ ଦୋଷ ଲଦିଛନ୍ତି ପୁଟିନ। ସେ କହିଛନ୍ତି ଯେ ଜନବସତି ଅଞ୍ଚଳରେ ୟୁକ୍ରେନ ପ୍ରଥମେ ତାର ସେନାଙ୍କୁ ସଂଚାଳନ କରିଥିଲା। ଯେଉଁଥିପାଇଁ ସେସବୁ ସ୍ଥାନରେ ଯୁଦ୍ଧ ବୃଦ୍ଧି ପାଇଥିଲା ବୋଲି ପୁଟିନ କହିଛନ୍ତି। ସେପଟେ ସିଧାସଳଖ କଥାବାର୍ତ୍ତା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆହ୍ବାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ସେ କହିଛନ୍ତି ଯଦି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ କଥା ହୋଇପାରୁଛ , ସିଧାସଳଖ କଥା ହେବାରେ କିଛି ଅସୁବିଧା ନାହିଁ। ଏମିତି କିଛି ଭାବପ୍ରବଣତା ଦେଖାଇଛନ୍ତି ଜେଲେନସ୍କି। ସେପଟେ ରୁଷ ଏବଂ ୟୁକ୍ରେନ୍ ଭିତରେ ଦ୍ବିତୀୟ ରାଉଣ୍ଡ ଆଲୋଚନା ଅନୁଷ୍ଠିତ ହୋଇଛି। ଯୁଦ୍ଧ ବିରତି ନେଇ ଏହି ଆଲୋଚନା ଅତି ଗୁରୁତ୍ବପୂର୍ଣ୍ଣ । ବେଲାରୁଷ ସୀମାରେ ଉଭୟ ଦେଶର ପ୍ରତିନିଧି ଏକାଠି ହୋଇଛନ୍ତି । ଆଗରୁ ପ୍ରଥମ ରାଉଣ୍ଡ କଥାବାର୍ତ୍ତାରେ କୌଣସି ନିଷ୍ପର୍ସ ବାହାରି ପାରନଥିଲା । ଆଲୋଚନା ସତ୍ତ୍ୱେ ଯୁଦ୍ଧ ଥମିନି । ହମଲା ଜାରି ରହିବ ବୋଲି ରୁଷ କହିଛି ।

Leave A Reply

Your email address will not be published.