ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରୋଡ ମାର୍ଶଙ୍କ ପରଲୋକ

ନୂଆଦିଲ୍ଲୀ ୦୪/୦୩: ଆଜିଠାରୁ ଅଷ୍ଟ୍ରେଲିୟ-ପାକିସ୍ତାନ ଐତିହାସିକ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି । କିନ୍ତୁ, ମ୍ୟାଚ ପୂର୍ବରୁ କ୍ରିଡାପ୍ରେମୀଙ୍କ ପାଇଁ ଆସିଛି ଦୁଃଖଦ ଖବର । ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଶକ୍ତିଶାଳୀ ୱିକେଟ୍ କିପର ରୋଡ୍ ମାର୍ଶଙ୍କ ସହଙ୍କ ପରଲୋକ । ଅଷ୍ଟ୍ରେଲିଆର ଏହି ପୂର୍ବତନ ୱିକେଟ୍ କିପର ଗତ ସପ୍ତାହରେ କୁଇନ୍ସଲ୍ୟାଣ୍ଡରେ ହୃଦଘାତରେ ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଡିଲେଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆ ପାଇଁ ୯୬ ଟେଷ୍ଟ ଖେଳିଥିବା ରୋଡ୍ ମାର୍ଶଙ୍କ ୩ ପିଲା ଏବଂ ପତ୍ନୀ ରସ ଅଛନ୍ତି । ୭୪ ବର୍ଷୀୟ ମାର୍ଶ, ବୁଲ୍ସ ମାଷ୍ଟର୍ସ ଚ୍ୟାରିଟି ଗ୍ରୁପ୍ ପାଇଁ ଏକ କାର୍ଯ୍ୟକ୍ରମ ପାଇଁ ଗତ ସପ୍ତାହରେ ବୁନ୍ଦାବର୍ଗ ଯାଇଥିଲେ ।ଅଷ୍ଟ୍ରେଲୀୟ କ୍ରିକେଟ୍ ରେ ରୋଡ୍ ମାର୍ଶ୍ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ସେ ୧୯୭୦ ରୁ ୧୯୮୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୯୬ ଟି ଟେଷ୍ଟ ଖେଳିଥିଲେ । ଯେଉଁଥିରେ ସେ ୱିକେଟ୍ ପଛରେ ୩୫୫ ୱିକେଟ୍ ବ୍ୟତୀତ ୩,୬୩୩ ରନ୍ ସଂଗ୍ରହ କରିଥିଲେ । ସେ ODI ରେ ଅଷ୍ଟ୍ରେଲିଆ ପାଇଁ ୯୨ ଖେଳିଛନ୍ତି, ଯେଉଁଥିରେ ସେ ୧୨୨୫ ରନ ସ୍କୋର କରିଛନ୍ତି ।

Leave A Reply

Your email address will not be published.