ତୃତୀୟ ମହଲା କୋଠାରେ ବିସ୍ଫୋରଣ ଘଟି ୪ ମୃତ

ବିହାର ୦୪/୦୩: ଗୁରୁବାର ରାତିରେ ବିହାରର ଭାଗଲପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତିନି ମହଲା ବିଶିଷ୍ଟ ଘର ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ୧୨ଜଣ ଆହତ ହୋଇଛନ୍ତି । ଆଖପାଖ ଲୋକଙ୍କ କହିବା ଅନୁଯାୟୀ ଯେ ଘରେ ବୋମା ତିଆରି କରାଯାଉଥିଲା । କାଜଭାଲିଚକ ଅଞ୍ଚଳର ଅନାଥ ଆଶ୍ରମ ନିକଟରେ ଏହି ଘଟଣା ବିଷୟରେ କୁହାଯାଉଛି । କୋଟୱାଲିଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ବିସ୍ଫୋରଣରେ ତିନି ମହଲା କୋଠା ଭୁଶୁଡି ପଡିଛି ।

Leave A Reply

Your email address will not be published.