ମୟୁରଭଞ୍ଜରେ କଂଗ୍ରେସ ଘୋଷଣା କଲା ପୌର ନିର୍ବାଚନ ଅଧ୍ଯକ୍ଷ ପ୍ରାର୍ଥୀ ତାଲିକା

ବାରିପଦା ୦୫/୦୩ : ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ପୌର ନିର୍ବାଚନର ଅଧ୍ୟକ୍ଷ ପ୍ରର୍ଥୀ ତାଲିକା ଘୋଷଣା କରାଯାଇଛି। ଯୋଗେଶ ଅଗ୍ରୱାଲ ହେଲେ ବାରିପଦା ପୌର ପରିଷଦ ନିର୍ବାଚନରେ କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ । ସେହିପରି କରଞ୍ଜିଆରୁ ଶେଫାଳିକା ସାହୁ ଓ ରାଇରଙ୍ଗପୁରରୁ ଭଜହରି ମହାନ୍ତଙ୍କୁ ଜିଲ୍ଲା କଂଗ୍ରେସ ପ୍ରାର୍ଥୀ କରିଛି। ତେବେ ଅପରାହ୍ଣ ୩ଟା ସୁଦ୍ଧା ଉଦଳା ଏନ.ଏ.ସି ଲାଗି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇ ପାରିନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ସୂଚନା ଦେଇଛନ୍ତି । ଶାସକ ଦଳକୁ ସମାଲୋଚନା କରିବା ସହିତ ବାରିପଦାର ଜନସାଧାରଣ ସଚେତନ ହେଲେଣି ଓ ପୂର୍ବଭଳି ଆଉଥରେ କଂଗ୍ରେସ ବାରିପଦା ପୌରପରିଷଦ ଦଖଲ କରି ଏକ ସୁଶାସନ ବ୍ୟବସ୍ଥା ପ୍ରଚଳନ କରିବ ବୋଲି କହିଛନ୍ତି ବାରିପଦା ଅଧ୍ଯକ୍ଷ ପ୍ରାର୍ଥୀ ଯୋଗେଶ ଅଗ୍ରୱାଲ।

Leave A Reply

Your email address will not be published.