୫୩୦୦୦ ଟଙ୍କା ଡେଇଁଲା ସୁନା, ରୁପା ଦାମ୍‌ ବି ବଢିଲା

ନୂଆଦିଲ୍ଲୀ ୦୭/୦୩: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ମଧ୍ୟରେ ସୁନା ଓ ରୁପାର ଦାମ୍ ମଧ୍ୟ ବଡିବାରେ ଲାଗିଛି । ୧୦ ଗ୍ରାମ ସୁନା ଦର ୫୩ ହଜାର ଟଙ୍କା ଅତିକ୍ରମ କରଥିବା ବେଳେ ରୁପା କେଜି ପିଛା ୭୦ ହଜାରରେ ପହଁଚିଛି । ସୁନାର ଦାମ୍ ପ୍ରାୟ ୧୫୦୦ ଟଙ୍କା ବଢିଛି । ରୁପା ବି ୨୦୦୦ ଟଙ୍କା ମହଙ୍ଗା ହୋଇଛି । ରିପୋର୍ଟ ଅନୁସାରେ, ୯୯୯ ଶୁଦ୍ଧତା ବିଶିଷ୍ଟ ୧୦ ଗ୍ରାମ୍ ସୁନା ୫୩୨୩୪ ଟଙ୍କାରେ ବିକ୍ରି ହେଉଛି । ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ୫୩୦୨୧, ୯୧୬ ଶୁଦ୍ଧତା ସୁନା ୪୮୭୬୨ରେ ବିକ୍ରି ହେଉଛି । ସେହିପରି ୭୫୦ ଶୁଦ୍ଧତା ବିଶିଷ୍ଟ ସୁନା ୩୯୯୨୬ ଟଙ୍କା, ୫୮୫ ଶୁଦ୍ଧତା ବିଶିଷ୍ଟ ସୁନା ୩୧୧୪୨ରେ ବିକ୍ରି ହେଉଛି । ସେହିପରି ରୁପାର ଦାମ ୬୯୯୨୦ରେ ପହଁଚିଛି । ସୁନା ଓ ରୁପାର ଦାମ ଦୈନିକ ଦୁଇ ଥର ଜାରି ହୋଇଥାଏ । ସୋମବାର ୯୯୯ ଶୁଦ୍ଧତା ବିଶିଷ୍ଟ ସୁନାର ଦାମ ଶୁକ୍ରବାର ଅପେକ୍ଷା ୧୪୫୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ୧୪୪୪ ଟଙ୍କା ମହଙ୍ଗା ହୋଇଛି । ଏହାବ୍ୟଚୀଚ ୫୮୫ ଶୁଦ୍ଧତା ବିଶିଷ୍ଟ ସୁନା ୮୪୮ ଟଙ୍କା ମହଙ୍ଗା ହୋଇଛି । ଆହୁରି ମଧ୍ୟ ରୁପା ଦାମ ମଧ୍ୟ ଶୁକ୍ରବାର ତୁଳନାରେ ୧୯୮୯ ଟଙ୍କା ବୃଦ୍ଧି ପାଇଛି ।

Leave A Reply

Your email address will not be published.