ମାର୍ଚ୍ଚ ୨୫ରୁ ୩୧ ଯାଏଁ ବଜେଟ ଅଧିବେଶନ

ଭୁବନେଶ୍ୱର ୦୮।୦୩ : ଖୁବଶୀଘ୍ର ବସିବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୨୫ ରୁ ୩୧ ପର୍ଯ୍ୟନ୍ତ ବସିବ ବିଧାନସଭାର ବଜେଟ ଅଧିବେଶନ। ଏଥିର ଅଧିବେଶନରେ ମୋଟ ୬ଟି କାର୍ଯ୍ୟଦିବସ ରହିଛି । ତେବେ ମାର୍ଚ୍ଚ ୨୫ରେ ଅଭିଭାଷଣ ରଖିବେ ମାନ୍ୟବର ରାଜ୍ୟପାଳ। ପରେ ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ।  ମାର୍ଚ୍ଚ ୩୧ ତାରିଖରେ  ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ଚଳିତ ବର୍ଷ  ମୋଟ୍ ୬ଟି କାର୍ଯ୍ୟଦିବସ ରହିବ ।  ଗୃହ ପରିଚାଳନା ନେଇ ଆସନ୍ତା ୧୫ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ।

Leave A Reply

Your email address will not be published.