ଚିଟ୍‌ଫଣ୍ଡ ଠକ ତପନ କୁମାର ସାମନ୍ତ ଗିରଫ

ଭୁବନେଶ୍ବର ୦୮।୦୩ : ପୋଲିସ୍‌ କବ୍‌ଜାରେ ଚିଟ୍‌ଫଣ୍ଡ ଠକ । ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଚିଟଫଟ୍ ସଂସ୍ଥା ନିର୍ଦ୍ଦେଶକ ଗିରଫହ୍ୟୁମାନ ୱେଲଫେୟାର କ୍ରେଟିଟ୍ ଆଣ୍ଡ ଥ୍ରିଫ୍ଟ କୋପେରିଭ୍‌ ସୋସାଇଟି ଲିମିଟେଡ୍‌ (Human Welfare credit & thrift co-operative Society ltd) ନିର୍ଦ୍ଦେଶକ ତପନ କୁମାର ସାମନ୍ତଙ୍କୁ  ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅବରୋଧ ଶାଖା (ଇଓବଡ୍ୟୁ)।କୋଲକାତାର ନରେନ୍ଦ୍ରପୁର ନିକଟରୁ ଗିରଫ କଲା ଇଓବଡ୍ୟୁ । ଖବର ଅନୁଯାୟୀ, ବିଭିନ୍ନ ସ୍କିମ୍‌ର ଲୋଭ ଦେଖାଇ ଲୋକଙ୍କଠାରୁ ଠକିଥିଲେ କୋଟି କୋଟି ଟଙ୍କା । ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ସୁକଦେବ ହୋତାଙ୍କ ଅଭିଯୋଗ ଆଧାରରେ ଏବେ ଗିରଫ ହୋଇଛନ୍ତି ତପନ । ସୋମବାର ତପନକୁ କୋଲକାତା ଦକ୍ଷିଣପ୍ରଗଣା ଏସିଜେଏମ୍‌ କୋର୍ଟରେ ହାଜର କରାଇଥିଲା ପୋଲିସ । ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ମଙ୍ଗଳବାର ଦିନ ବାଲେଶ୍ବର କୋର୍ଟରେ ହାଜର କରାଯିବ। ପୂର୍ବରୁ ଏହି ଘଟଣାରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ବାଳକୁ ଗିରଫ କରିଛି ପୋଲିସ

Leave A Reply

Your email address will not be published.