ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ

ବାରଙ୍ଗ ୦୯।୦୩: ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ସନ୍ଦେହ କରାଯାଉଛି । ଯାହାଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଛନ୍ତି । ଜଙ୍ଗଲୀ ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଛିଥିବାର ସନ୍ଦେହ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି । ବୁଧବାର ସକାଳ ଠାରୁ ନନ୍ଦନକାନନ ଭିତରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । କୌଣସି ଲୋକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉନାହିଁ । ଦୁଇଟି ଜଙ୍ଗଲୀ ହାତୀକୁ କିପରି ନନ୍ଦନକାନନ ଭିତରୁ ବାହାର କରାଯିବ , ସେନେଇ ଯୋଜନା କରୁଛନ୍ତି କର୍ତ୍ତୃପକ୍ଷ ।

Leave A Reply

Your email address will not be published.