ସଚିନ ତେନ୍ଦୁଲକରଙ୍କ ବିଶ୍ବରେକର୍ଡ ଭାଙ୍ଗିଲେ ଷ୍ଟିଭ ସ୍ମିଥ୍‌

ନୂଆଦିଲ୍ଲୀ ୦୯/୦୩: ଟେଷ୍ଟ କ୍ରିକେଟ୍‌ରେ ଷ୍ଟିଭ ସ୍ମିଥ୍‌ ଏକ ପରିଚିତ ନାଁ । ବିଶ୍ବର ସର୍ବକାଳୀନ ମହାନ୍ କ୍ରିକେଟରଙ୍କ ମଧ୍ୟରେ ସ୍ମିଥ୍‌ଙ୍କୁ ଗଣାଯାଏ । ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ ଉପଅଧିନାୟକ ଷ୍ଟିଭ ସ୍ମିଥ୍ । ଏବେ ସେ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି । ପ୍ରଥମ ୧୫୦ଟି ଟେଷ୍ଟ ଇନିଂସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ତେନ୍ଦୁଲକରଙ୍କୁ ଟପିଛନ୍ତି ଏହି କଙ୍ଗାରୁ ଖେଳାଳି ।ଟେଷ୍ଟରେ ୧୫୦ ଇନିଂସ ପୂରଣ ପାଇଁ ଆହୁରି ୨ଟି ଇନିଂସ ବାକିଥିବା ବେଳେ ତେନ୍ଦୁଲକଙ୍କ ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି ଷ୍ଟିଭ ସ୍ମିଥ୍ । ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ୬୧ତମ ୫୦+ ସ୍କୋର କରିଛନ୍ତି ସ୍ମିଥ୍ । ତାଙ୍କର ବ୍ୟାଟିଂ ଆଭରେଜ୍‌ ମଧ୍ୟ ମହାନ୍ ତାରକାଙ୍କ ତୁଳନାରେ ବେଶ ଅଧିକ ରହିଛି ।

Leave A Reply

Your email address will not be published.