ଉତ୍ତର ପ୍ରଦେଶ ଓ ଗୋଆରେ ମ୍ୟାଜିକ ନମ୍ବର ଛୁଇଁଲା ବିଜେପି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଓ ଗୋଆରେ ପୁଣି ବିଜେପି ସରକାର ଗଠନ କରିପାରେ। କାରଣ ସକାଳ ୧୦ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ଉଭୟ ରାଜ୍ୟରେ ସରକାର ଗଠନ କରିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବରକୁ ହାସଲ କରି ନେଇଛି।
ଉତ୍ତର ପ୍ରଦେଶର ୪୦୩ଟି ବିଧାନସଭା ଆସନରୁ ଏବେ ସୁଦ୍ଧା ୩୭୮ଟିରେ ଗଣତି ଚାଲିଛି। ଏହା ମଧ୍ୟରୁ ବିଜେପି ୨୪୯ଟି ଆସନରେ ଆଗରେ ଥିବା ବେଳେ ମୁଖ୍ୟ ବିରୋଧୀ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୦୯ଟି ଆସନରେ ଲିଡ୍‌ କରୁଛି। କଂଗ୍ରେସ ୮ଟି, ବିଏସ୍‌ପି ୮ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ଚାଲିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨। ତେଣୁ ବିଜେପି ଅତି ସହଜରେ ପୁଣି ଉତ୍ତର ପ୍ରଦେଶରେ ସରକାର ଗଠନ କରିବ ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।ଗୋଆ କଥା ବିଚାରକୁ ନେଲେ, ଏଠାରେ ମଧ୍ୟ ବିଜେପି ମ୍ୟାଜିକ ନମ୍ବର ହାସଲ କରି ନେଇଛି। ଗୋଆର ସମସ୍ତ ୪୦ଟି ଆସନରେ ଏବେ ଗଣତି ଚାଲିଛି। ଏହା ମଧ୍ୟରୁ ବିଜେପି ୨୧ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୧୧, ଟିଏମସି ୪ଟି, ଆପ ଗୋଟିଏ, ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ରହିଛନ୍ତି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୨୧। ବିଜେପି ଏବେ ସମାନ ୨୧ଟି ଆସନରେ ଲିଡ୍‌ କରୁଛି।

Leave A Reply

Your email address will not be published.