ଓଟିଟିରେ ରିଲିଜ୍‌ ହେବ ଭେଟରାନ୍‌ ଅଭିନେତା ରିଷି କପୁରଙ୍କ ଶେଷ ଫିଲ୍ମ

ନୂଆଦିଲ୍ଳୀ ୧୦।୦୩ : ପୁଣି ପରଦା ସାମ୍ନାରେ ଆ ଦେଖିବାକୁ ମିଳିବେ ଦିବଙ୍ଗତ ଅଭିନେତା ଋଷି କପୁର। ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ କରିବେ ଆକୃଷ୍ଟ। ରିଲିଜ ହେବାକୁ ଯାଉଛି ଅଭିନେତା ଋଷି କପୁରଙ୍କ ଶେଷ ଫିଲ୍ମ। ‘ଶର୍ମାଜୀ ନମକିନ୍‌’ ଜରିଆରେ ପୁଣିଥରେ ଋଷି କପୁରଙ୍କୁ ଦେଖିବାକୁ ମିଳିବ ସିଲଭର ସ୍କ୍ରିନ୍‌ରେ। ସ୍ୱର୍ଗୀୟ ଅଭିନେତା ଋଷି କପୁରଙ୍କୁ ସମ୍ମାନ ଜଣାଇ ଆମାଜନ ପ୍ରାଇମ ତାଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍‌’ର ଏକ ପୋଷ୍ଟର ସେୟାର କରିଛି। ଏଥିସହ ଫିଲ୍ମକୁ ୱାଲ୍ଡ ୱାଇଡ୍‌ ରିଲିଜ କରିବାକୁ ଘୋଷଣା ମଧ୍ୟ କରିଛି। ‘ଶର୍ମାଜୀ ନମକିନ୍‌’ ଏଭଳି ପ୍ରଥମ ହିନ୍ଦୀ ଫିଲ୍ମ ଯେଉଁଥିରେ ଦୁଇ ବରିଷ୍ଠ ଅଭିନେତା ଋଷି କପୁର ଓ ପରେଶ ରାୱାଲ ଏକା ସହ ଗୋଟିଏ ଚରିତ୍ରରେ ନଜର ଆସିବେ। ହିତେଶ ଭାଟିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନ୍‌ରରେ ନିର୍ମିତ । ଏହି ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ଜନର ଆସିବେ ଜୁହି ଚାୱାଲ, ସୁହେଲ ନାୟର, ତାରୁକ ରେନା, ସତୀଶ କୌଶିକ, ଶିବା ଚଡ୍ଡା ଏବଂ ଇଶା ତଲୱାର ମଧ୍ୟ ଅଛନ୍ତି।

Leave A Reply

Your email address will not be published.