ସୁବର୍ଣ୍ଣଗିରିରେ ସିଆରପିଏଫ୍ ପକ୍ଷରୁ ଜନସଂପର୍କ ଶିବିର

ଫୁଲବାଣୀ, ୧୨/୦୩: କନ୍ଧମାଳ ଜିଲ୍ଲା ମାଓ ଅଧ୍ୟୁଷିତ କୋଟଗଡ଼ ବ୍ଳକ ଅନ୍ତର୍ଗତ ସୁବର୍ଣ୍ଣଗିରି ଠାରେ ଥିବା ଅଷ୍ଟମ ବାଟାଲିୟନ କ୍ୟାମ୍ପ ପରିସରରେ ଯବାନମାନଙ୍କ ଦ୍ଵାରା ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦ୍ଵିତୀୟ କମାଣ୍ଡ ଅଧିକାରୀ ଫ୍ରାନ୍ସିସ ତିର୍କୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବିଡିଓ କୈଳାସ ଚନ୍ଦ୍ରମୁର୍ମୁ, ସରପଞ୍ଚ ସୋମନାଥ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁବର୍ଣ୍ଣଗିରିର ଡାକ୍ତର ବିଜୟ କୁମାର ଭୋଇ, ଫାଦର ଆନସିସ ଡୁଙ୍ଗ ଡୁଙ୍ଗ ପ୍ରମୁଖ ଯୋଗ ଦେଇ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ବିପଦ ଆପଦର ବନ୍ଧୁଭଳି କାର୍ଯ୍ୟକରୁଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ସେତିକି ନୁହେଁ ସୁସଂପର୍କ ରଖିବା ପାଇଁ ବିଭିନ୍ନ ସମୟରେ ଗ୍ରାମର ଗରୀବ ଲୋକମାନଙ୍କୁ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି ଏହି ଯବାନ । ଏହି ଅବସରରେ ଗ୍ରାମର ପ୍ରାୟ ୨ ଶହ ଲୋକଙ୍କୁ ରେଡିଓ ସୋଲାର ଲାଇଟ ଆଦି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କମାଣ୍ଡାଣ୍ଟ ଦେବ ପିୟୁଷ ଭରଦ୍ୱାଜ ଓ ମୁକୁନ୍ଦ ଦୁବେ ସୁଧାକର ସୁଚାର ରୁପେ ପରିଚାଳନା କରିଥିଲେ । ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.