ଭାରତ ମିସାଇଲର ଆମେ ବି ଦେଇପାରିଥାନ୍ତୁ ଜବାବ : ଇମ୍ରାନ

ଇସାଲାମାବାଦ ୧୪ /୦୩ : ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ କହିଛନ୍ତି ଆମେ ଏହାର ଜବାବ ଦେଇଥାନ୍ତୁ, କିନ୍ତୁ ଆମେ ସଂଯମତା ଦେଖାଇଲୁ କିଛି କରିଲୁନି । ସୂଚନା ଥାଉକି, ଭାରତ ଦ୍ୱାରା ହଠାତ୍ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲ । ଯାହାକି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପଡିଥିଲା । ମାର୍ଚ୍ଚ ୯ରେ, ଲାହୋରଠାରୁ ପ୍ରାୟ ୨୭୫ କିଲୋମିଟର ଦୂରରେ ଥିବା ଏକ ଭାରତୀୟ ସୁପରସୋନିକ୍ କ୍ଷେପଣାସ୍ତ୍ର (ଅସ୍ତ୍ରଶସ୍ତ୍ର) ପାକିସ୍ତାନୀ ଅଞ୍ଚଳରେ ପଡିଯାଇଥିଲା । ଯେଉଁଥିପାଇଁ ଏକ ଶୀତଳ ଭଣ୍ଡାର ନଷ୍ଟ ହୋଇଯାଇଛି । ତେବେ ଏଥିରେ କାହାର ମୃତ୍ୟୁ ନେଇ କିଛି ଖବର ଆସିନି । ରବିବାର ପ୍ରଥମ ଥର ପାଇଁ ଏହି ଘଟଣା ଉପରେ ଇମ୍ରାନ ଖାନ ନିଜର ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, ପାକିସ୍ତାନରେ ଏକ ଭାରତୀୟ କ୍ଷେପଣାସ୍ତ୍ରର ପତନକୁ ଆମେ ବି ପ୍ରତିକ୍ରିୟା ଦେଖାଇଥାନ୍ତୁ । କିନ୍ତୁ ଆମେ ନିଜ ଉପରେ ସଂଯମତା ରଖିଲୁ । ରବିବାର ଏହି ସମାବେଶକୁ ସମ୍ବୋଧିତ କରିବା ପାଇଁ ଇମ୍ରାନ ଖାନ ପଞ୍ଜାବର ହାଫିଜାବାଦ ଜିଲ୍ଲାରେ ପହଞ୍ଚିଥିଲେ । ଏହି ରାଲିରେ ଇମ୍ରାନ ଖାନ ଦେଶର ସୁରକ୍ଷା ବିଷୟରେ ମଧ୍ୟ କହିଥିଲେ । ସେ କହିଛନ୍ତି, ଆମକୁ ଆମର ପ୍ରତିରକ୍ଷା କ୍ଷେତ୍ର ଏବଂ ଦେଶକୁ ମଜବୁତ୍ ରଖିବାକୁ ପଡିବ ।

Leave A Reply

Your email address will not be published.