ବୁଧବାରଠୁ ହେବ ୧୨ରୁ ୧୪ ବର୍ଷ ଶିଶୁଙ୍କ ଟିକାକରଣ

ଭୁବନେଶ୍ୱର ୧୫।୦୩ : ବୁଧବାରଠୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ । ଯେଉଁମାନଙ୍କର ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି। ସେମାନଙ୍କୁ କୋଭିଡ ଟିକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ । ଏବେ କୋଓ୍ୱିନ୍‌ ପୋର୍ଟାଲରେ ଏହି ବର୍ଗଙ୍କ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଦିଆଯିବ ଏବଂ ସ୍କୁଲଗୁଡ଼ିକରେ ଟିକା ଦିଆଯିବ । ଏଥିପାଇଁ ଶିକ୍ଷକମାନେ ସହଯୋଗ କରିବେ ।

Leave A Reply

Your email address will not be published.